ରାଉରକେଲା : ନିଜକୁ ଭବିଷ୍ୟ ଦ୍ରଷ୍ଟା କହି ମହିଳାଙ୍କ ସୁନା ଚେନ୍ ଏବଂ ମୁଦି ଲୁଟି ନେଲେ ଠକ ଦଳ।। ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି।
ରାଉରକେଲା : ୧୪/୧(ସତ୍ୟାନ୍ୟୁଜ) ମକର ସଂକ୍ରାନ୍ତିରେ ମହିଳା ଯାଉଥିଲେ ମନ୍ଦିର। ଅନ୍ଧ ବିଶ୍ବାସ ର ବଶବର୍ତ୍ତୀ ହୋଇ ଠକ ଦଳଙ୍କ ଦ୍ଵାରା ଲୁଟ୍ ର ଶିକାର ହେଲେ। ଠକ ଭବିଷ୍ୟଦ୍ରଷ୍ଟା ସାଜି ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍ ଏବଂ ମୁଦି।
ଏପରି ଘଟଣା ଆଜି ଘଟିଛି ରାଉରକେଲା ସହରର ମୁଖ୍ୟ ମାର୍ଗରେ। କିରଣ ଅଗ୍ରୱାଲ ନାମକ ଜଣେ ମହିଳା ବିର୍ସା ଡ଼ାହାର ରୋଡ ସ୍ଥିତ ଶ୍ୟାମ ମନ୍ଦିର କୁ ଯାଉ ଥିବା ବେଳେ ଏହି ଠକ ଦଳ ହାବୁଡ଼ରେ ପଡ଼ିଥିଲେ। ଠକ ତାଙ୍କ ପରିବାର ପ୍ରତି ବିପଦ ଥିବା କହିଥିଲେ। ଏବଂ ନିଜକୁ ଭବିଷ୍ୟଦ୍ରଷ୍ଟା ବୋଲି ଦର୍ଶାଇ ଥିଲେ। ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଏହି ଗ୍ୟାଙ୍ଗ ର ଅନ୍ୟ ଜଣେ ସଦସ୍ୟଙ୍କ ଭବିଷ୍ୟ ବତାଇ ଥିଲେ। ପରେ ମହିଳା ଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ। ରିଷ୍ଟ ଖଣ୍ଡନ ପାଇଁ ତାଙ୍କ ବେକରୁ ଚେନ୍ ଏବଂ ମୁଦି ଖୋଲି ଦେଇ ଦେବାକୁ କହିଥିଲେ। ମୁଦି , ଚେନ୍ ନେବା ପରେ ଏକାବନ ପାଦ ଚାଲିବାକୁ କହିଥିଲେ। ମହିଳା ଜଣକ ଚାଲିବା ଆରମ୍ଭ କରିବା ବେଳେ ଠକ ଦୁଇଜଣ ବାଇକ୍ ରେ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ। ମହିଳା ଜଣକ ନିଜ ସ୍ବାମୀଙ୍କୁ ଡାକି ଉଦିତ ନଗର ଥାନାରେ ଠକେଇ ବାବଦରେ ଏତେଲା ଦେଇଛନ୍ତି। ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛନ୍ତି। ଏହି ଘଟଣା ଘଟିଛି ସହରର ମୁଖ୍ୟ ମାର୍ଗ ମାଲ ଗୋଦାମ ଛକ ନିକଟରେ।