ରାଉରକେଲା : ସ୍ପେସ୍ ଛକରେକାର – ସ୍କୁଟି ଦୁର୍ଘଟଣା ଗ୍ରସ୍ତ।। ଜଣେ ମୃତ ଜଣେ ଗୁରୁତର।। ହସପିଟାଲ ରେ ଭର୍ତ୍ତି।

0 249

ରାଉରକେଲା : ୧୪/୧(ସାତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ
ସ୍ପେସ୍ ଛକ ନିକଟ ରିଙ୍ଗ ରୋଡ ରେ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅନୁସନ୍ଧାନ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସ୍ପେସ୍ ଛକରେ ଏକ ଓଲା ସ୍କୁଟି ସାଙ୍ଗରେ ଲାଲ୍ ରଙ୍ଗର କାର ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ସ୍କୁଟି ଆରୋହୀ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଏବଂ ପୋଲିସ୍ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହସପିଟାଲ ପଠାଇଥିଲେ। ହସପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଜଣେ ଯୁବକ ଅଭିଷେକ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ଅଛନ୍ତି। ସୂଚନା ଯୋଗ୍ୟଯେ ଦ୍ରୁତ ଏବଂ ବେପରୱା ଗାଡ଼ି ଚାଳନା ଯୋଗୁଁ ରିଙ୍ଗ ରୋଡ଼ ରେ ବାରମ୍ବାର ଦୁର୍ଘଟଣା ହେଉଛି। ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Leave A Reply

Your email address will not be published.