ରାଉରକେଲା : ୧/୨ (ସତ୍ୟାନ୍ୟୁଜ) ରାଉରକେଲାରେ ଇଣ୍ଟରନେସନଲ ହକି ପ୍ରୋ ଲିଗ୍ ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଆଜି ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି। ପାନପୋଷ ରାଜ୍ୟ କ୍ରୀଡା ଛାତ୍ରା ବାସରେ ଏହି
ପ୍ରତିଯୋଗୀତା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ୩୦ଟି ଜିଲ୍ଲାରୁ ଉଭୟ ବାଳକ ଏବଂ ବାଳିକା ବର୍ଗର ଖେଳାଳି ମାନେ ଆସି ପହଁଚିଛନ୍ତି। ଗ୍ରାମାଞ୍ଚଳର କ୍ରୀଡାବିତ ମାନଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ମୋ ଓଡିଶା , ନବୀନ ଓଡିଶା ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ଅୟୋଜନ କରାଯାଇଛି। ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହକି ତାରକା ଲାଜାରୁସ ବାର୍ଲା , ରାଜ୍ୟ ହକି ସେକ୍ରେଟାରୀ ସନାତନ ସାହୁ , କୋଚ୍ କାଳୁ ଚରଣ ଚୌଧୁରୀ , ଡେ଼ପୁଟି ଡ଼ାଇରେକ୍ଟର ଅଭିରାମ ମାହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।