ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ନିରୁଦିଷ୍ଟ ଥିବା ପୋଷ୍ଟର ୬ ନମ୍ବର ସେକ୍ଟର ଏକତା ବସ୍ତିରେ ଲାଗିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ରଘୁନାଥପାଲି ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ ନିଖୋଜ ପୋଷ୍ଟର ମରା ଘଟଣା କୁ ନାପସନ୍ଦ କରାଯାଇଛି
। ରବିବାର ଦିନ ବିଜେଡି ର ଏକ ଟିମ ଏକତା ବସ୍ତିରେ ପହଞ୍ଚି ବିଧାୟକ କରିଥିବା ଉନ୍ନୟନ ମୂଳକ କାମ ବାବଦରେ ବସ୍ତି ବାସିନ୍ଦା ଙ୍କୁ ବୁଝାଇଥିଲେ। ତେବେ ବସ୍ତିରେ ଡ୍ରେନ , ରୋଡ଼ , ଶୌଚାଳୟ ଆଦିର ସମସ୍ୟା ଥିବା ବେଳେ ୩ ବର୍ଷ ହେଲା ବିଧାୟକଙ୍କ ଦେଖାନାହିଁ ବୋଲି ବସ୍ତି ବାସୀ ଅଭିଯୋଗ କରିଥିଲେ। ଏହି ସମୟରେ ବସ୍ତି ବାସିନ୍ଦା ଏବଂ ବିଜେଡି ଟିମ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖାଯାଇଥିଲା। ବସ୍ତିର ଉନ୍ନତିକରଣ କରିବାକୁ ଲୋକମାନେ ଦାବି କରିଥଲେ। ବିଧାୟକ ପାଣ୍ଠିରୁ ବସ୍ତିରେ ବହୁ ଉନ୍ନୟନମୂଳକ କାମ ହୋଇଛି ଏବଂ ଆହୁରି ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା।

