ରାଉରକେଲା ସରକାରୀ ହସ୍ପିଟାଲ ମର୍ଗ ହାଉସରେ ଶବକୁ କୁକୁର ଖାଇଥିବା ଅଭିଯୋଗ।। ଘଟଣା କୁ ନେଇ ଉତ୍ତେଜନା ବଢିବାରୁ ପୋଲିସ ମୁତୟନ ।

0 473

ରାଉରକେଲା ସରକାରୀ ହସ୍ପିଟାଲରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମର୍ଗ ହାଉସ ରେ ରଖାଯାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ କୁକୁର ଭିଡି କ୍ଷତ ବିକ୍ଷତ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବାରୁ ହସପିଟାଲ ପରିସରରେ ମାଜିଷ୍ଟ୍ରେଟ ଙ୍କ ସମେତ ପୋଲିସ ମୁତୟନ କରାଯାଇଥିଲା। ସୂଚନା ଅନୁଯାୟୀ ଗତ ଗୁରୁବାର ସନ୍ଧ୍ୟାରେ ଗୋପବନ୍ଧୁ ପାଲି ରେ ରହୁଥିବା ୪୦ ବର୍ଷୀୟ ଯୁବକ ରାଜେଶ ଯାଦବଙ୍କ ଏକ ପିକ ଅପ ଭ୍ୟାନ ଧକ୍କାରେ ମୃତ୍ୟୁ ହୋଇଥିଲା। ରାଜେଶଙ୍କ ଶବକୁ ରାଉରକେଲା ସରକାରୀ ହସ୍ପିଟାଲରେ ମର୍ଗ ହାଉସ ରେ ରଖା ଯାଇଥିଲା । ରବିବାର ସକାଳେ ରାଜେଶଙ୍କ ପରିବାର ଲୋକମାନେ ଦାହ ସଂସ୍କାର ଲାଗି ଶବ ନେବାକୁ ଆସିଥିଲେ। ମର୍ଗ ହାଉସରେ ପହଞ୍ଚିବା ପର ପରିବାର ଲୋକମାନେ ରାଜେଶ ଙ୍କ ଶବକୁ କୁକୁର ଭିଡି ଖାଇଥିବା ଦେଖିବା ପରେ ଅଭିଯୋଗ କରିଥିଲେ। ଏହି ଘଟଣା କୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଏପରି ଦାୟିତ୍ବହୀନତା କାର୍ଯ୍ୟ ଲାଗି ଯେଉଁମାନେ ଦାୟୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

ଉତ୍ତେଜନା ବଢିବାରୁ ହସ୍ପିଟାଲ ପରିସରରେ ପୋଲିସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏପରି ଏକ ସ୍ପର୍ଶକାତର ଘଟଣାର ତଦନ୍ତ କରାଯାଇ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଚନ୍ଦ୍ରକାନ୍ତ ମଲିକ କହିଛନ୍ତି ।

କାର୍ଯ୍ୟାନୁଷ୍ଠାନ ର ପ୍ରତିଶୃତି ପାଇବାପରେ ପରିବାର ଲୋକମନେ ରାଜେଶଙ୍କ ଶବକୁ ଦାହ ସଂସ୍କାର ଲାଗି ନେଇଥିଲେ। ହେଲେ ରାଉରକେଲା ସରକାରୀ ହସ୍ପିଟାଲ ଭଳି ଏକ ‘ଏ’ ଗ୍ରେଡ ହସ୍ପିଟାଲର ମର୍ଗ ହାଉସ ରେ କୁକୁର ପଶି ଶବକୁ ଖାଇବା ଘଟଣା ବିଭିନ୍ନ ମହଲରେ ଗଭୀର ଆଲୋଡନ ସୃଷ୍ଟି କରିଛି।

Leave A Reply

Your email address will not be published.