ସୁନ୍ଦରଗଡରେ ମଦ ନେଲା ଆଉ ଏକ ଜୀବନ।। ଘରୋଇ କଳି କୁ କେନ୍ଦ୍ରକରି ମଦୁଆ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ କଲା ହତ୍ୟା।
ମଦ ନେଲା ଆଉ ଏକ ଜୀବନ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ । ଘରୋଇ କଳିକୁ କେନ୍ଦ୍ର କରି ମଦୁଆ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ର ମୃତ୍ୟୁ ହୋଇଛି। ଉକ୍ତ ଗ୍ରାମର ରାଜୁ ଏକ୍କା ଘଟାଇଛି ଏପରି ଉନ୍ମତ୍ତ କାଣ୍ଡ ।
ରାଜୁ ମଙ୍ଗଳବାର ଦିନ ଜଣେ ବିବାହିତା ମହିଳାକୁ ନେଇ ଘରକୁ ଆସିଥିଲା। ଏହି ପ୍ରସଙ୍ଗକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଇଥିଲା। ଉଭୟ ଥାନା କୁ ମଧ୍ୟ ଯାଇଥିଲେ । ସେଠାରୁ ବୁଝା ସୁଝା ପରେ ଘରକୁ ଚାଲି ଆସିଥିଲେ ଉଭୟ। ତେବେ ଘରେ ରାତିରେ ପୁଣି ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା। କିଛି ସମୟପରେ ରାଜୁ ରାଗରେ ଟାଙ୍ଗିଆ ରେ ନିଜ ସ୍ତ୍ରୀ କୁ ହାଣି ହତ୍ୟା କରିଦେଇଥିଲା । ସ୍ତ୍ରୀ କୁ ହତ୍ୟା କରିବା ପରେ ପାଖରେ ଥିବା ଏକ ଘରେ ଯାଇ ଶୋଇପଡିଥିଲା। ଘଟଣା ସମ୍ପର୍କରେ ରାଜୁର ପୁଅ ପାଖପଡୋଶୀ ଙ୍କୁ କହିଲା ପରେ ପଡୋଶୀ ମାନେ ଥାନା ରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରାଜୁ କୁ ଅଟକ ରଖି ପଚରା ଉଚୁରା କରୁଛି ।

