ରାଉରକେଲା : ଧନତେରସ ରେ ଜୁଏଲରି ଦୋକାନରେ ଡକାୟତି ଯୋଜନା କରିଥିଲେ।। ୨ ଗିରଫ।। ପିସ୍ତଲ୍, ଭୁଜାଲି ଜବତ।

0 62

ରାଉରକେଲାରେ ଡକାୟତି ଯୋଜନା ପଣ୍ଡ, ବନ୍ଧୁକ ଓ ଭୁଜାଲି ସହ ୨ ଗିରଫ
ଧନତେରସ୍‌ରେ ଜୁଏଲାରୀ ଦୋକାନ ଲୁଟ୍ ପାଇଁ କରିଥିଲେ ଯୋଜନା; ବାଇକ୍, ଦୁଇଟି ସନ୍ଦିଗ୍ଧ ନମ୍ବର ପ୍ଲେଟ୍ ଓ ମୋବାଇଲ ଜବତ।
ରାଉରକେଲା : ୨/୧୧
(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଉଦିତନଗର ଥାନା ପୋଲିସ। ବନ୍ଧୁକ ଓ ଭୁଜାଲି ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଧନତେରସ୍‌ ପର୍ବ ସମୟରେ ରାଉରକେଲା ଟାଉନସିପ୍‌ର ଏକ ଜୁଏଲାରୀ ଦୋକାନରେ ଡକାୟତି କରିବାକୁ ଏମାନେ ଯୋଜନା କରିଥିବା ପୋଲିସ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ରବିବାର ବାସନ୍ତୀ କଲୋନୀ ସ୍ଥିତ ଏସ୍‌.କେ. ଡିଏଭି ପଲିଟେକ୍ନିକ୍ କଲେଜ ନିକଟରେ ଉଦିତନଗର ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ବିନା ନମ୍ବର ପ୍ଲେଟ୍‌ରେ ଏକ ବଜାଜ୍ ପଲସର ବାଇକ୍‌ରେ ଯାଉଥିବା ଦୁଇ ଜଣଙ୍କୁ ପୋଲିସ ଅଟକାଇବାକୁ ସିଗ୍ନାଲ ଦେଇଥିଲା। ତେବେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ କାବୁ କରିଥିଲା।
ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶର ଦୁଇଟି ସନ୍ଦିଗ୍ଧ ନମ୍ବର ପ୍ଲେଟ୍, ଦୁଇଟି ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଓରାମପଡ଼ାର ଗୁଲଜାର ସିଂ (୩୭) ଏବଂ ବାସନ୍ତୀ କଲୋନୀ ଆମ୍ବେଦକର ନଗରର ରାହୁଲ ସିଂ (୨୪)।
ପୋଲିସର ପ୍ରାଥମିକ ତଦନ୍ତରୁ ଧନତେରସ୍‌ ସମୟରେ ରାଉରକେଲା ଟାଉନସିପ୍‌ର ଏକ ଗହଣା ଦୋକାନରେ ଡକାୟତି କରିବା ପାଇଁ ଏମାନେ ଯୋଜନା କରିଥିବା ଜଣା ପଡ଼ିଛି। ଜବତ ଅସ୍ତ୍ରଶସ୍ତ୍ର ଓ ନମ୍ବର ପ୍ଲେଟ୍‌ର ଉତ୍ସ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଅନ୍ୟ କୌଣସି ଅପରାଧରେ ସେମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରୁଛି ପୋଲିସ।

Leave A Reply

Your email address will not be published.