ରାଉରକେଲା : ଏସିଆନ୍ ଗେମ୍ସ ରେ ଗୋଲ୍ଡ ହାସଲ ପରେ ଜନ୍ମ ମାଟିରେ ଅମିତ୍ ରୋହୀଦାସ ଓ ଶିଳାନନ୍ଦ ଲାକ୍ରା।। ଉଭୟଙ୍କୁ ବିପୁଳ ସମ୍ବର୍ଦ୍ଧନା।
ରାଉରକେଲା : ୭/୧୦
(ସତ୍ୟାନ୍ୟୁଜ) ଏସିଆନ୍ ଗେମ୍ସ ୨୦୨୬ ରେ ଭାରତୀୟ ହକି ଦଳ ଗୋଲ୍ଡ ମେଡାଲ ଜିତିବା ସହ ୨୦୨୮ ରେ ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଭାରତୀୟ ହକି ଦଳର ଦୁଇ ତାରକା ଓଡ଼ିଶାର ଗୌରବ ଅମିତ୍ ରୋହୀ ଦାସ ଏବଂ ଶିବାନନ୍ଦ ଲାକ୍ରା ଗତକାଲି ଓଡ଼ିଶାରେ ପହଞ୍ଚିଛନ୍ତି। ଉଭୟ ଭୁବନେଶ୍ୱର ରେ ପହଞ୍ଚିବା ପରେ କଳିଙ୍ଗ ଷ୍ଟାଡିୟମ୍ ରେ କ୍ରୀଡ଼ା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ଭାବି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା , ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ , ବିଭାଗୀୟ ଅଧିକାରୀ ଓ ଓଡ଼ିଶା ହକି ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଭାରତୀୟ ହକି ଦଳର ଅନ୍ୟତମ ତାରକା ଶିଳାନନ୍ଦ ଲାକ୍ରା ଆଜି ତାଙ୍କର ଜନ୍ମମାଟି ରାଉରକେଲା ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୁଇ ନମ୍ୱର୍ ସେକ୍ଟର ଛକ ଠାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ପରେ ଏକ ଖୋଲା କାର ରେ ଶୋଭାଯାତ୍ରା କରି ତାଙ୍କ ଘର ପର୍ଯ୍ୟନ୍ତ ନିଆ ଯାଇଥିଲା। ଏସିଆନ ଗେମ୍ସ ରେ ସଫଳତା ପରେ ଆଗାମୀ ଅଲମ୍ପିକ୍ସ ପାଇଁ କଠୋର ପରିଶ୍ରମ ର ଆବଶ୍ୟକତା ରହିଛି ବୋଲି
ଶିଳାନନ୍ଦ କହିଛନ୍ତି।