ରାଉରକେଲା: ବେଆଇନ୍ ବାଲି ଚାଲାଣ ଉପରେ ବନ ବିଭାଗର ଚଢ଼ାଉ।। ୩ ଟି ହାଇବା, ଦୁଇଟି ଟ୍ରକ୍ ଜବତ।। ୫ ଅଟକ।

0 113

ରାଉରକେଲା:୨୫/୯
(ସତ୍ୟାନ୍ୟୁଜ) ବେଆଇନ୍ ଭାବେ ବାଲି ଚାଲାଣ ଉପରେ ବନ ଵିଭାଗ ପକ୍ଷରୁ ଚଢ଼ାଉ। ରାଉରକେଲା ବନବିଭାଗ ର ସ୍ୱତନ୍ତ୍ର ଟିମ୍ ୫ ଟି ବାଲି ବୋଝେଇ ଭାରି ଯାନ ଜବତ୍ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ୫ ଟି ଗାଡ଼ି ମଧ୍ୟରେ ୩ଟି ହାଇବା ଏବଂ ଦୁଇଟି ଟ୍ରକ୍ ରହିଛି।
ଗତକାଲି ରାତି ଦୁଇଟା ବେଳେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ରାଉରକେଲା ବନଖଣ୍ଡ ଡିଏଫ୍ଓ ରବିକାନ୍ତ ମୀନା ଙ୍କ ନିର୍ଦ୍ଦେଶ ରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ବାଲି ବୋଝେଇ ଗାଡ଼ି କୁ ଜବତ୍ କରିବା ସହ ଡ୍ରାଇଭର ମାନଙ୍କୁ ଧରିବାରେ ବନବିଭାଗ ସଫଳ ହୋଇଥିଲେ ମଧ୍ୟ ବାଲି ମାଫିଆ ମାନେ ଫେରାର ହୋଇ ଯାଇଥିଲେ। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ଏବେ ସାରା ରାଜ୍ୟରେ ବାଲି ଚୋରା ଚାଲାଣ ଉପରେ ଲଗାମ୍ ଦେବାକୁ ଚଢାଉ ଜାରି ରହିଛି। ଏଥି ପାଇଁ ପୋଲିସ୍ , ଖଣି , ରାଜସ୍ୱ ଏବଂ ବନ ଵିଭାଗ କୁ ଚଢାଉ କ୍ଷମତା ଦିଆ ଯାଇଛି।

Leave A Reply

Your email address will not be published.