ଯାଜପୁର: ଗୁଳିମାଡ଼ ରେ ଆହତ ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ।। ହତ୍ୟାର କାରଣ ଅସ୍ପଷ୍ଟ ।।ପୋଲିସ୍ ତଦନ୍ତ ଜାରି।
ଯାଜପୁର:୭/୪(ସତ୍ୟାନ୍ୟୁଜ) ଯାଜପୁରରେ ଗତକାଲି ରାତିରେ ଗୁଳି ମାଡ଼ରେ ଆହତ ଯୁବକଙ୍କ ଆଜି କଟକ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି।ଯୁବକ ସୌମ୍ୟ ସାଗର ସାମଲ ଘରକୁ ଯାଉଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ବାଇକରେ ଆସି ସୌମ୍ୟ ଙ୍କ ଉପରକୁ ଗୁଳି ଚଳାଇଥିଲେ। ସଙ୍ଗେ ସଙ୍ଗେ ଆହତ ସୌମ୍ୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣା ଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ଆଜି ସକାଳୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ସୂଚନା ଅନୁଯାୟୀ ଯାଜପୁର ସହର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗତକାଲି ଗୁଳିମାଡ଼ ହୋଇଥିଲା । ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଣାଯାଇ ସର୍ଜରୀ ୱାର୍ଡ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଯୁବକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇ ଥିଲା। ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଯାଜପୁର ସହରରେ ଶୋକ ର ଛାୟା ଖେଳି ଯାଇଛି। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଯାଜପୁର ପୋଲିସ ଘଟଣାର ତଦନ୍ତ କରୁଛି।