ରାଉରକେଲା: ମହାନଗର ନିଗମ କାର୍ଯ୍ୟାଳୟରେ କର୍ମଚାରୀ ଏବଂ ଆରଟିଆଇ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ।। ଆର୍ ଟି ଆଇ କର୍ମୀ ନବୀନ ଗୁପ୍ତା ଥାନାରେ ଅଟକ।

0 137

ରାଉରକେଲା:୭/୪(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ରେ କେତେ ଜଣ ଆର୍ ଟି ଆଇ କର୍ମୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବିବାଦ କୁ ନେଇ ମାରପିଟ ପରିସ୍ଥିତି ଉପୁଜି ଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇ ଥିବା ସୂଚନା ମିଳିଛି। ମହାନଗର ନିଗମ କର୍ମଚାରୀଙ୍କ କହିବା ଅନୁଯାୟୀ ନବୀନ ଗୁପ୍ତା ନାମକ ଜଣେ ଯୁବକ ନିଜକୁ ଆର୍ ଟି ଆଇ କର୍ମୀ କହି ଅଫିସ୍ କୁ ବାରମ୍ବାର ଆସି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଆଜି ପୂର୍ବାହ୍ନ ରେ ଆର୍ ଏମ୍ ସି ର ଜଣେ ଅଧିକାରୀଙ୍କୁ ମଧ୍ୟ ନବୀନ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏ ବାବଦରେ କର୍ମଚାରୀ ମାନଙ୍କ ପକ୍ଷରୁ ଉଦିତ ନଗର ଥାନାରେ ଏତେଲା ଦିଆ ଯାଇଛି। ମହାନଗର ନିଗମ କର୍ମଚାରୀ ମାନେ ଥାନାରେ ଏକାଠି ହୋଇ ବିଶୃଙ୍ଖଳା କାରିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଟେଣ୍ଡର ବାବଦରେ ଏକ ତଥ୍ୟ ମାଗିବାକୁ ସେ ଆରଏମସି ଯାଇଥିବା ବେଳେ ତାଙ୍କୁ ୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ଘଟଣାର ପ୍ରତିବାଦ କରିବାରୁ ସେ କର୍ମଚାରୀଙ୍କ ଆକ୍ରୋଶ ର ଶିକାର ହୋଇ ଥିବା ନବୀନ କହୁଛନ୍ତି।
ଏହି ଘଟଣାକୁ ନେଇ ମହାନଗର ନିଗମ କର୍ମଚାରୀଙ୍କ ମନରେ ଅସନ୍ତୋଷ ଥିବା ବେଳେ ପୋଲିସ୍ ଉଭୟ ପକ୍ଷର ବୟାନ ଆଧାରରେ ତଦନ୍ତ କରୁଛି।

Leave A Reply

Your email address will not be published.