ସୁନ୍ଦରଗଡ଼ : ଦିନ ଦ୍ୱିପ୍ରହରେ ବନ୍ଧୁକ ମୁନରେ ବ୍ୟାଙ୍କ୍ ଲୁଟ୍।। ଲୁଟ୍ ପରେ ବୁଲେଟ୍ ରେ ଟଙ୍କା ନେଇ ୩ ଲୁଟେରା ଫେରାର।
ବ୍ୟାଙ୍କରେ ବନ୍ଧୁକ ମୁନରେ ଲୁଟ୍!
ପିସ୍ତଲ ଦେଖାଇ ନେଇଗଲେ ₹୨ ଲକ୍ଷ ୩୭ ହଜାର।
ସୁନ୍ଦରଗଡ଼: ୭/୯
(ସତ୍ୟାନ୍ୟୁଜ) ଦିନ ଦ୍ୱିପ୍ରହରେ ବ୍ୟାଙ୍କ ଭିତରେ ବନ୍ଧୁକ ମୁନରେ ଲୁଟ୍। ସୁନ୍ଦରଗଡ଼ କିରେଇ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପିସ୍ତଲ ଦେଖାଇ ଦୁର୍ବୃତ୍ତମାନେ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା। ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ତିନି ଜଣ ଦୁର୍ବୃତ୍ତ ଗୋଟିଏ ବୁଲେଟ୍ରେ ବ୍ୟାଙ୍କ ନିକଟକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ।
ବ୍ୟାଙ୍କ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ପରେ ଲୁଟେରା ନଗଦ ୨ ଲକ୍ଷ ୩୭ ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି।
ଲୁଟ୍ ପରେ ଦୁର୍ବୃତ୍ତ ଜଣକ ବ୍ୟାଙ୍କରୁ ବାହାରି ବାହାରେ ବୁଲେଟ୍ରେ ଅପେକ୍ଷା କରୁଥିବା ଅନ୍ୟ ଦୁଇ ସହଯୋଗୀଙ୍କ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲେ।
ଏହି ଘଟଣା କୁ ନେଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କରେ ଲାଗିଥିବା CCTV ଫୁଟେଜ୍ ଯାଞ୍ଚ କରିବା ସହ ଦୁର୍ବୃତ୍ତ ମାନେ କେଉଁ ରାସ୍ତାରେ ଫେରାର ହୋଇଛନ୍ତି, ସେନେଇ ତଦନ୍ତ ଚଳାଇଛି ପୋଲିସ। ଯାଞ୍ଚ କାର୍ଯ୍ୟରେ ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ କରା ଯାଇଛି।
ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ ଘଟଣା ପଛରେ କିଏ ରହିଛି ପୋଲିସ୍ ତାର ସୁରାଗ ପାଇ ନାହିଁ। ଅଭିଯୁକ୍ତ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ
ବ୍ଲକେଡ୍ ଆରମ୍ଭ କରା ଯାଇଛି।