ରାଉରକେଲା : ବିନା ସୂଚନାରେ ରେଲୱେ ଷ୍ଟେସନ୍ ପ୍ରବେଶ ପଥ ବନ୍ଦ ନେଇ ଜନ ଅସନ୍ତୋଷ।। ବନ୍ଦ ଗେଟ୍ କୁ ଆଜି ଖୋଲି ଦେଲେ ବଣିକ ସଂଘ କର୍ମକର୍ତ୍ତା।
ରାଉରକେଲା: ୭/୯
(ସତ୍ୟାନ୍ୟୁଜ) ବିନା କୌଣସି ସୂଚନାରେ ରାଉରକେଲା ରେଳ ଷ୍ଟେସନ ର ପ୍ରବେଶ ପଥ କୁ ବନ୍ଦ କରି ଦେବାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ରାଉରକେଲା ବଣିକ ସଂଘର କର୍ମକର୍ତ୍ତା ମାନେ ରେଲୱେ ଷ୍ଟେସନ୍ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ଦ କରା ଯାଇଥିବା ପ୍ରବେଶ ପଥକୁ ଶୀଘ୍ର ଖୋଲିବାକୁ ଦାବି କରିଥିଲେ। ଏ ବାବଦରେ ରେଲୱେ ଷ୍ଟେସନ୍ ମାଷ୍ଟର ଏବଂ ଆରପିଏଫ୍ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରା ଯାଇଥିଲା। ମାତ୍ର ବନ୍ଦ ରାସ୍ତା ଖୋଲିବାକୁ କୌଣସି ବ୍ୟବସ୍ଥା ହୋଇ ପାରି ନଥିବାରୁ ବଣିକ ସଂଘ ପକ୍ଷରୁ ବନ୍ଦ ଫାଟକ ଖୋଲି ଦିଆ ଯାଇଥିଲା। ଏବେ ଏହି ରାସ୍ତାକୁ ବନ୍ଦ କରି ସଙ୍କଟ ମୋଚନ ମନ୍ଦିର ପଟୁ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ରେଳବାଇ କରିଥିଲା। ଡିଆରଏମ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହା କରା ଯାଇଥିବା କୁହା ଯାଇଛି। ମାତ୍ର କୌଣସି ପୂର୍ବ ସୂଚନା ନଥାଇ ରାସ୍ତା ବନ୍ଦ କରି ଦିଆ ଯାଇଥିବାରୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।