ରାଉରକେଲା : କୋଏଲ ନଦୀ ବ୍ରିଜ୍ ଉପରୁ ଡେଇଁ ପଡି ଯୁବତୀ ଗୁରୁତର।। ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି।। ଡେଇଁ ପଡ଼ିବା କାରଣ ଅସ୍ପଷ୍ଟ।
କୋଏଲ ନଦୀ ବ୍ରିଜ୍ ରୁ ଡେଇଁ ଯୁବତୀ ଗୁରୁତର। ହସ୍ପିଟାଲରେ ଭର୍ତ୍ତି।
ରାଉରକେଲା:୨୭/୩(ସତ୍ୟନ୍ୟୁଜ) ଆଜି ପୂର୍ବାହ୍ନ ରେ ରାଉରକେଲା ଝିରିପାଣି ଥାନା ଅନ୍ତର୍ଗତ କୋଏଲ ନଦୀ ବ୍ରିଜ୍ ଉପରୁ ଡେଇଁ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ନଦୀ ବାଲି ରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇଛନ୍ତି।
ପ୍ରାଥମିକ ତଦନ୍ତରୁ ଯୁବତୀ ଜଣଙ୍କ ବିଶ୍ର ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କର ସଠିକ୍ ପରିଚୟ ଆମର ଅସ୍ତଗତ ହୋଇ ନଥିବା ବେଳେ କେଉଁ କାରଣରୁ ସେ ନଦୀ କୁ ଡେଇଁ ପଡ଼ିଲେ ତାହା ତଦନ୍ତ ପରେ ଜଣା ପଡିବ। କେତେକ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ ସେଲ୍ଫି ନେବା ସମୟରେ ଅସାବଧାନତା ବଶତଃ ତଳକୁ ଖସି ପଡ଼ିଥିବା ସମ୍ଭାବନା ରହିଛି। ପଡ଼ିବା ପରେ ସେ ବାଲି ଓ ପଥର ଉପରେ ପଡ଼ି ଗୁରୁତର ଆହତ ହୋଇଛନ୍ତି।
ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ସେ ବିଶ୍ରା ଥାନା ଅଞ୍ଚଳର ବସିନ୍ଦା ହେବା ଅନୁମାନ କରାଯାଉଛି।
ଆହତ ଯୁବତୀଙ୍କୁ ପୁଲିସ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରହିଛି।