ରାଉରକେଲା:୨୭/୩(ସତ୍ୟାନ୍ୟୁଜ) ଆଜି ରାମ ନବମୀ। ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଦିନ । ଏଥିପାଇଁ ସାରା ଦେଶ ଆଜି ଉତ୍ସବମୁଖର ହୋଇ ଉଠିଥିବା ବେଳେ ରାଜ୍ୟରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରାମ ମୟ ହୋଇ ଉଠିଛି। ରାଉରକେଲା ଇସ୍ପାତ ସହରରେ ମଧ୍ୟ ରାମନବମୀ ଉତ୍ସବ ପାଳନ ପାଇଁ ବିଭିନ୍ନ ଆଖଡ଼ା କମିଟି ପକ୍ଷରୁ ପେଣ୍ଡାଲ ରେ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରା ଯାଉଛି। ଗତକାଲି ବିଭିନ୍ନ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରାରେ ଶ୍ରୀରାମ ଙ୍କ ପ୍ରତିମୂର୍ତ୍ତି ଅଣା ଯାଇ ସ୍ଥାପନ କରାଯାଇଥିଲା। ଆଜି ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଦିନ ପାଳନ କରାଯାଉଥିବା ବେଳେ ଆସନ୍ତାକାଲି ସହରର ମୁଖ୍ୟ ରାସ୍ତାରେ ୧୫ ଟି ଆଖଡ଼ା କମିଟି ପକ୍ଷରୁ ଶୋଭାଯାତ୍ରା ବାହାରିବ।
ରାମ ନବମୀ ପର୍ବ ପାଳନ ପାଇଁ ମୁତୟନ ହେବେ ୨୦ ରୁ ୨୪ ପ୍ଲାଟୁନ୍ ପୋଲିସ । ପୂଜା ଏବଂ ଶୋଭାଯାତ୍ରା ଉପରେ ନଜର ରଖିବ ୧୦୦ ସି ସି ଟିଭି କ୍ୟାମେରା। ଏହା ଛଡା ଶୋଭାଯାତ୍ରା ବେଳେ ୪ ଟି ଡ୍ରୋନ୍ କ୍ୟାମେରା ମଧ୍ୟ ବ୍ୟବହାର କରାଯିବ। ୨୭ ଏବଂ ୨୮ ତାରିଖ ଦୁଇ ଦିନ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧୱାନି, ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ମାନେ ସହରର ବିଭିନ୍ନ ପୂଜା ପେଣ୍ଡାଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ସହରର ବିଭିନ୍ନ ଆଖଡ଼ା କମିଟି ର ସଦସ୍ୟ , ଇଣ୍ଟିଗ୍ରେସନ୍ ଫୋରମ୍ ସଦସ୍ୟ , ଶାନ୍ତି କମିଟି ର ସଦସ୍ୟ ମାନେ ମଧ୍ୟ କିପରି ଶାନ୍ତି ଶୃଙ୍ଖଳା ସହ ରାମ ନବମୀ ସମ୍ପନ୍ନ ହେବ ସେଥିଲାଗି ଉଦ୍ୟମ ଜାରି ରଖିଛନ୍ତି।