ରାଉରକେଲା : ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ପାସୱାନ ଦଳରୁସସପେଣ୍ଡ।। ବିଶୃଙ୍ଖଳିତ ଆଚରଣ ଯୋଗୁଁ ନିଲମ୍ବିତ ସୂଚନା।
ରାଉରକେଲା: ୨୦/୮
(ସତ୍ୟାନ୍ୟୁଜ) ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ପାସୱାନ ଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଦଳ ଶୃଙ୍ଖଳା କମିଟି ର ଆବାହକ ସୁଦର୍ଶନ ନାୟକ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ ରାଉରକେଲା ସର୍କିଟ ହାଉସ୍ ରେ ବନ୍ଧୁକ , ଗୁଳି ଜବତ ହେବା ଏବଂ ୭ ଜଣ ଗିରଫ ହେବା ଘଟଣା ପରେ ପ୍ରକାଶ ପାସୱାନ ରୁମ୍ ବିକିଂ ପ୍ରକରଣରେ ବିବାଦକୁ ଆସି ଯାଇଥିଲେ।
ଗିରଫ ସାତଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗତକାଲି ପୋଲିସ୍ ରିମାଣ୍ଡ ରେ ଆଣି ଜେରା କରୁଛି। ସେମାନଙ୍କ ଠାରୁ ପୋଲିସ୍ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା କୁହା ଯାଉଛି। ଏହି ପ୍ରକରଣରେ ପୋଲିସ୍ ର ଏକ ବଡ଼ କାର୍ଯ୍ୟନୁଷ୍ଠାନ ହେବା ନେଇ ଅନୁମାନ କରା ଯାଉଛି। ପୋଲିସ୍ ଆକ୍ସନ ପୂର୍ବରୁ ପ୍ରକାଶ ପାସୱାନ ଙ୍କ ଦଳରୁ ନିଲମ୍ବନ ଅନେକ ପ୍ରକାର ସଙ୍କେତ ଦେଉଛି। ତେବେ ଆଗକୁ କେଉଁ ପ୍ରକାର କାର୍ଯ୍ୟନୁଷ୍ଠାନ ହେଉଛି ତାହା ଜାଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଦେଖା ଦେଇଛି ।