ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ ରାସ୍ତା ନିର୍ମାଣ କରୁଥିବା ଜମିରେ ଧସେଇ ପଶିଲେ ସ୍ଥାନୀୟ ଆଦିବାସୀ।।ପୋଲିସ୍ ସହ ଧସ୍ତାଧସ୍ତି।। ପୋତିଲେ ଲାଲ୍ ପତାକା।

0 94

ରାଜଗାଙ୍ଗପୁର:୨୬/୨
(ସତ୍ୟାନ୍ୟୁଜ)
ଡାଲମିଆ ସିମେଣ୍ଟ ଲିମିଟେଡ ପକ୍ଷରୁ ଗତକାଲି ଲାଞ୍ଜୀବର୍ଣ୍ଣା ରେ ଖଣି ସମ୍ପ୍ରସାରଣ ପାଇଁ ରାସ୍ତାକାମ ଆରମ୍ଭ ହୋଇଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଆଦିବାସୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜି ଏହି ଆନ୍ଦୋଳନ ଉଗ୍ର ରୂପ ନେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗତକାଲି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଚାଷ ଜମିରେ ରାସ୍ତା ନିର୍ମାଣ କରିଥିଲେ। ପ୍ରତିବାଦ କରିବାରୁ ପୋଲିସ୍ ସେମାନଙ୍କୁ ଅଟକାଇଥିଲେ। ଆଜି ଆଖପାଖ ଗାଁର ଆଦିବାସୀ ମାନେ ମିଳିତ ଭାବେ ଉକ୍ତ ବିବାଦିତ ଜମିରେ ପଶି ଲାଲ୍ ପତାକା ପୋତି ଦେଇ ନିଜର ଜମି ବୋଲି ଦାବି କରିଛନ୍ତି। ବେଆଇନ୍ ଭାବେ ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ପ୍ରତିବାଦ ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଉକ୍ତ ସ୍ଥାନରେ ଉତ୍ତେଜନା ଲାଗି ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରା ଯାଇଛି। ରାଜଗାଙ୍ଗପୁର ବିଧାୟକ ରାଜନ୍ ଏକ୍କା ମଧ୍ୟ ଆନ୍ଦୋଳନକାରୀଙ୍କ ସପକ୍ଷରେ ଆସି ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.