ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ କାମ ଆରମ୍ଭ କରିବାରୁ ଲାଞ୍ଜିବେର୍ଣ୍ଣା ରେ ଉତ୍ତେଜନା।। ଗ୍ରାମବାସୀ କଲେ ପ୍ରତିବାଦ।

0 251

ରାଜଗାଙ୍ଗପୁର :୨୫/୨/୨୬
(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେର୍ଣ୍ଣ। ରେ
ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍‌ର ଖଣି ସମ୍ପ୍ରସାରଣ କୁ ନେଇ ଉତ୍ତେଜନା ଦେଖାଦେଇଛି। କିଛି ଦିନ ପୂର୍ବେ ଜମି ଅଧିଗ୍ରହଣ କୁ ନେଇ ବିରୋଧ ପରେ କମ୍ପାନୀ କାମ ବନ୍ଦ ରହିଥିଲା। ଆଜି ଭୋରୁ ପୁନର୍ବାର କମ୍ପାନୀ କର୍ତ୍ତୃପକ୍ଷ ପୋଲିସ୍ ଉପସ୍ଥିତି ରେ କାମ ଆରମ୍ଭ କରିବାରୁ ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ମାନେ କାମ କରାଇ ଦେଉ ନାହାଁନ୍ତି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ୍ ଘଟଣା ସ୍ଥଳରେ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ଆଲୋଚନା ପରେ ଏବଂ ଗ୍ରାମସଭା ମାଧ୍ୟମରେ ଜମି ଅଧିଗ୍ରହଣ ତଥା ସମ୍ପ୍ରସାରଣ କାମ ଆରମ୍ଭ କରିବାକୁ ଲୋକେ ଦାବି କରିଛନ୍ତି।

ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ପକ୍ଷରୁ ଡୋଲୋମାଇଟ୍ ଏବଂ ଚୁନପଥର ଖଣି ବିସ୍ତାର ପାଇଁ ପ୍ରାୟ ୨୬୩ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ, ପ୍ରାୟ ୪୫୦ ପରିବାର ପ୍ରଭାବିତ ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି।

ପୂର୍ବରୁ କମ୍ପାନୀ ପକ୍ଷରୁ ପୋଲିସ ଉପସ୍ଥିତିରେ ୩୭ ଏକର ଜମି ଦଖଲ କରି ମାଟି କାଟିବା କାମ ଆରମ୍ଭ କରାଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ ପରେ କମ୍ପାନୀ କାମ ବନ୍ଦ କରିଥିଲା। ପରେ ପୋଲିସ ବଳ ହଟିଯିବା ପରେ ଗ୍ରାମବାସୀମାନେ ସେହି ଜମିକୁ ପୁନର୍ଦଖଲ କରି ଚାଷ କାମ ଆରମ୍ଭ କରିଥିଲେ।

ଆଜି କମ୍ପାନୀ ପକ୍ଷରୁ ପୋଲିସ୍ ଉପସ୍ଥିତିରେ କାମ ଆରମ୍ଭ ହେବାରୁ ଗ୍ରାମବାସୀମାନେ ପୁନର୍ବାର ଆନ୍ଦୋଳନକୁ ତୀବ୍ର କରିଛନ୍ତି।

ଆଜି ଶତାଧିକ ଗ୍ରାମବାସୀ କମ୍ପାନୀ ପ୍ଲାଣ୍ଟ ସମ୍ମୁଖରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିବା ବେଳେ, ଜମି ଫେରାଇବା ଏବଂ ନ୍ୟାୟ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ଉତ୍ତେଜନା ଲାଗି ରହି ଥିବାରୁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରା ଯାଇଛି।

Leave A Reply

Your email address will not be published.