ରାଉରକେଲା : ସର୍କିଟ ହାଉସ୍ ରୁ ପିସ୍ତଲ୍ ଗୁଳି ମିଳିବା ଘଟଣାରେ ବଡ଼ କାର୍ଯ୍ୟନୁଷ୍ଠାନ ସୂଚନା।। ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୋଲିସ୍ ।

0 117

ରାଉରକେଲା : ୧୯/୮
(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ରୁ ପିସ୍ତଲ୍ , ଗୁଳି ଜବତ ହେବା ଏବଂ ଅପରାଧୀ ମାନେ ଗିରଫ ହେବା ଘଟଣାରେ ବଡ଼ କାର୍ଯ୍ୟନୁଷ୍ଠାନ ହେବାକୁ ଯାଉଛି। ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ପୋଲିସ୍ ଦୁଇଦିନିଆ ରିମାଣ୍ଡ୍ ରେ ଆଣିଛି। ଗିରଫ ୩ ଅଭିଯୁକ୍ତ ବିକାଶ , ସାଗର ଏବଂ ରାଜେଶ ଙ୍କୁ ପୋଲିସ୍ ରଘୁନାଥପାଲି ଥାନାରେ ପଚରା ଉଚୁରା କରୁଛି। ଅଭିଯୁକ୍ତ ଙ୍କ ନିକଟରୁ ପୋଲିସ୍ ଅଗଷ୍ଟ ୧୫ ରାତିରେ ୪ ଟି ପିସ୍ତଲ୍ , ୧୧ ଗୁଳି , ମାଗଜିନ୍ ଆଦି ଜବତ କରିଥିଲେ ।
ପୋଲିସ୍ ଏବେ ମୁଖ୍ୟତଃ ଦୁଇଟି ଦିଗରେ ତଦନ୍ତ କରୁଛି। ଅଭିଯୁକ୍ତ ମାନେ ପିସ୍ତଲ୍ ଗୁଳି ସହ ସର୍କିଟ ହାଉସ୍ ରେ କାହିଁକି ରହିଥିଲେ ଏବଂ ରହୁଥିବା ରୁମ୍ କିଏ ବୁକ୍ କରି ଥିଲା ସେ ବାବଦରେ ପୋଲିସ୍ ତଦନ୍ତ କରୁଛି। ରୁମ୍ ବୁକିଂ ରେ ଜଣେ ବିଜେପି ଯୁବ ନେତା ଙ୍କ ନାମ ଆସୁ ଥିବାରୁ ତାର ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ବିଜେପି ର ଏକ ଟିମ୍ ଆଜି ରାଉରକେଲା ଏସପି ଙ୍କୁ ଦେଖା କରି ଏହି ଘଟଣାରେ ଜଡ଼ିତ ଥିବା ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି। କଂଗ୍ରେସ ର ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଅତିରିକ୍ତ ଏସପି ଙ୍କୁ ସାକ୍ଷାତ କରି ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ପୋଲିସ୍ ଏବେ ରିମାଣ୍ଡ ରେ ଆଣିଥିବା ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି।

Leave A Reply

Your email address will not be published.