ବାଲେଶ୍ୱର: ଏକତରଫା ପ୍ରେମର କରୁଣ ପରିଣତି।। ଘରେ ପଶି ଶିକ୍ଷୟତ୍ରୀଙ୍କ ସମେତ ପରିବାର ଲୋକଙ୍କୁ ହାଣିଲା ବିଫଳ ପ୍ରେମିକ।

0 109

ଏକତରଫା ପ୍ରେମର କରୁଣ ପରିଣତି। ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଭୁଜାଲିରେ ହାଣିଲେ ଜଣେ ନିଲମ୍ବିତ ଶିକ୍ଷକ।

ବାଲେଶ୍ୱର:୧୯/୮
(ସତ୍ୟାନ୍ୟୁଜ)
ଏକତରଫା ପ୍ରେମର କରୁଣ ପରିଣତି। ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଭୁଜାଲିରେ ହାଣିଲେ ଜଣେ ନିଲମ୍ବିତ ଶିକ୍ଷକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦାର ପାଟପୁର ଗାଁରେ। ଅଭିଯୁକ୍ତଙ୍କ ନାଁ ପୃଥ୍ୱୀରାଜ କର। ତାଙ୍କୁ ପୁଲିସ ନିଜ କବଜାକୁ ନେଇଛି।

ଶିକ୍ଷୟିତ୍ରୀ ଜଣଙ୍କ ଔପଦାର ଏକ ସ୍କୁଲରେ ଅଛନ୍ତି। ଶିକ୍ଷକ ଜଣଙ୍କ ମଧ୍ୟ ସେଠାରେ ଥିଲେ। ଅଭିଯୁକ୍ତ ତାଙ୍କୁ ୨୦୨୪ରୁ ଏକ ତରଫା ପ୍ରେମ କରିଆସୁଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ବହୁ ବିବାଦ ହୋଇଛି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ କ୍ରମେ ପୃଥ୍ୱୀରାଜ କରଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ତେଣୁ ସେ ପ୍ରତିଶୋଧ ନେବେ ବୋଲି ପୂର୍ବରୁ ଧମକ ଦେଇଥିଲେ ବୋଲି ଶିକ୍ଷୟିତ୍ରୀଙ୍କ ବାପା କହିଛନ୍ତି।

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଭଗବାନପୁର ଶାସନର ପୃଥ୍ୱୀରାଜ କର ଉକ୍ତ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ, ତାଙ୍କ ବାପା,ମା’, ଭାଇ ଓ ଜେଜେ ବାପାଙ୍କୁ ଆକ୍ରମଣ କରିଥିଲେ। ସମସ୍ତେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ସମସ୍ତଙ୍କୁ ଔପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୃଥ୍ୱୀରାଜ କରଙ୍କୁ କାବୁ କରି ଥାନାକୁ ନେଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.