ରାଉରକେଲା ସ୍ୱୟଂ ଶାସିତ ସରକାରୀ ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି।। ହଷ୍ଟେଲ ରେ ନିମ୍ନ ମାନର ଖାଦ୍ୟ ପରିବେଷଣ ହେଉଥିବା ଅଭିଯୋଗ କଲେ ଅନ୍ତେବାସୀ।।

0 352

ରାଉରକେଲା ସ୍ୱୟଂ ଶାସିତ ସରକାରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ମହାବିଦ୍ୟାଳୟ ରେ ଥିବା ବିଭିନ୍ନ ହଷ୍ଟେଲ ରେ ରହୁଥିବା ଛାତ୍ରଛାତ୍ରୀ ମାନେ ହଷ୍ଟେଲ ର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି

। ହଷ୍ଟେଲରେ ବାସି ଏବଂ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ମାନେ । ପ୍ରତିବାଦରେ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ହଷ୍ଟେଲ ର ଅନ୍ତେବାସୀ ମାନେ । ଏହାଛଡା ହଷ୍ଟେଲ ର ଏବେକାର ସୁପରିଟେଡେଣ୍ଟ ଙ୍କୁ ହଠାତ କାର୍ଯ୍ୟରୁ ଅବ୍ୟାହତ ଦେବାକୁ ବିରୋଧ କରିଛନ୍ତି ହଷ୍ଟେଲ ଅନ୍ତେବାସୀ ମାନେ । ତୁରନ୍ତ ଏବେକାର ସୁପରିଟେଡେଣ୍ଟ ଙ୍କୁ ପୁନଃ ଅବସ୍ଥାପିତ କରିବା ଏବଂ ହଷ୍ଟେଲ ରେ ଉନ୍ନତ ମାନର ଖାଦ୍ୟ ପରିବେଷଣ କରିବା ଦାବିରେ ଧାରଣା ଜାରି ରଖିଛନ୍ତି ଛାତ୍ରଛାତ୍ରୀ ମାନେ । କ୍ୟାମ୍ପସ ରେ ଉତ୍ତେଜନା ଦେଖାଦେଇ ଥିବାରୁ କଲେଜ ପରିସର ଉପରେ ପୋଲିସ ମଧ୍ୟ ନଜର ରଖିଛି । ରସିଡେନ୍ସିଆଲ କମିଟି ର ନିଷ୍ପତ୍ତି ଅନୁଯାୟୀ ସୁପରିଟେଡେଣ୍ଟ ଙ୍କୁ କାର୍ଯ୍ୟରୁ ଅବ୍ୟାହତ ଦିଆଯାଇଛି ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.