ସାବଧାନ।। ମନ୍ଦିରା ଡ୍ୟାମ ର ଜଳସ୍ତର ରେ ବୃଦ୍ଧି।। ସୋମବାର ସନ୍ଧ୍ୟାରେ ଡ୍ୟାମ ର କିଛି ଗେଟ ଖୋଲାଯିବ।। ବ୍ରାହ୍ମଣୀ ଏବଂ ଶଙ୍ଖ ନଦୀରେ ଜଳସ୍ତର ବୃଦ୍ଧି ସମ୍ଭାବନା।।

0 397

ଶଙ୍ଖ ଏବଂ ବ୍ରାହ୍ମଣୀ ନଦୀକୂଳରେ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ରେ ରହୁଥିବା ଲୋକମାନେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ସଂଧ୍ୟାପରେ ଯେକୌଣସି ସମୟରେ ଉଭୟ ନଦୀର ଜଳସ୍ତର ବୃଦ୍ଧି ପାଇବର ସମ୍ଭାବନା ରହିଛି

। ମୌସୁମୀ ଅବଧି ଶେଷ ହେବା ପରେ ମନ୍ଦିରା ଡ୍ୟାମର ସମସ୍ତ ସ୍ପିଲୱେ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। କିନ୍ତୁ ଗତ ୩ ଦିନ ଧରି ଉପରମୁଣ୍ଡରେ ଲଗାତାର ଅଦିନିଆ ଲଗାଣ ବର୍ଷା ଲାଗିରହିବା ଫଳରେ ମନ୍ଦିରା ଡ୍ୟାମକୁ ବହୁ ପରିମାଣର ଜଳ ପ୍ରବେଶ କରୁଛି। ମନ୍ଦିରା ଡ୍ୟାମ ଜଳଭଣ୍ଡାର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆଜି ରାତିରେ ପୂର୍ଣ୍ଣ ଜଳଭଣ୍ଡାର ସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ଜଳଭଣ୍ଡାରର ସୁରକ୍ଷିତ ସ୍ତର ବଜାୟ ରଖିବା ପାଇଁ ଆଜି , ୧୫ ନଭେମ୍ବର ସନ୍ଧ୍ୟାରେ ମନ୍ଦିରା ଡ୍ୟାମରେ ଆବଶ୍ୟକତା ଅନୁଯାୟୀ କିଛି ସ୍ପିଲୱେ ଗେଟ୍ ଖୋଲାଯିବ। ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳରେ ଥିବା ଶଙ୍ଖ ଏବଂ ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଏବଂ ନଦୀ ଭିତରେ କୌଣସି କାର୍ଯ୍ୟଧାରା ନକରିବାକୁ ଅନୁରୋଧ କରାଯାଉଛି।

Leave A Reply

Your email address will not be published.