ଢେଙ୍କାନାଳ : ଆମ୍ବ ଖାଇବାରୁ ହାତୀ କୁ ମାରି ଦେଲେ।। ବିଦ୍ୟୁତ୍ କରେଣ୍ଟ ଦେଇ ମାରିଦେଲେ ଫାର୍ମ ହାଉସ୍ ମାଲିକ।। ୩ ଗିରଫ ।

0 84

ଢେଙ୍କାନାଳ:୨/୫(ସତ୍ୟାନ୍ୟୁଜ) ଆମ୍ବ ଖାଇବାରୁ ହାତୀ କୁ ମାରିଦେଲେ ଫାର୍ମ ହାଉସ ମାଲିକ। ଅତି ନିର୍ଦ୍ଦୟ ଭାବେ ବିଦ୍ୟୁତ୍ କରେଣ୍ଟ ଦେଇ ମାରି ଦେବା ପରେ ଫାର୍ମ ହାଉସ୍ ରେ ପୋତି ଦେଇ ଥିଲେ। ତିନି ଦିନ ପରେ ଖବର ପାଇ ବନ ବିଭାଗ ଚଢ଼ାଉ କରି ଫାର୍ମ ହାଉସ୍ ମାଲିକ ଙ୍କ ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଏହା ସହ ହାତୀ ର ମୃତ ଦେହ ମାଟି ତଳୁ ବାହାର କରି ପୋଷ୍ଟ ମର୍ଟମ୍ କରିବା ପରେ ପୁଣି ପୋତି ଦେଇଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପୌରପାଳିକାର ୧୪ ନମ୍ୱର୍ ୱାର୍ଡ ରେ ଘଟିଛି। ଚରଣପୁର ଠାରେ ଥିବା ପ୍ରମୋଦ ଓରଫ କୁବେର ରାଜ୍ ଙ୍କ
ଏକ ଫାର୍ମ ହାଉସ ରହିଛି। ସେଠାରେ ଆମ୍ବ ବଗିଚା ଥିବାରୁ ହାତୀ ଆସି ଆମ୍ବ ଖାଉଥିଲା। ଏହାକୁ ସହି ନପାରି ଫାର୍ମ ହାଉସ ମାଲିକ କୁବେର ରାଜ୍ ତାର ବାଡ଼ରେ ବିଦ୍ୟୁତ୍ କରେଣ୍ଟ ଦେଇ ଥିଲେ। ଫଳରେ ହାତୀଟି ବିଦ୍ୟୁତ୍ ପ୍ରବାହ ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଥିଲା।
କୌଣସି ଏକ ସୂତ୍ରରୁ ଖବର ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ସହ ଫାର୍ମ ହାଉସ୍ ରେ ପଶି ହାତୀ ର ମୃତ ଦେହ ଉଦ୍ଧାର କରିବା ସହ ଫାର୍ମ ହାଉସ କୁ ସିଲ୍ କରି ଦେଇଛନ୍ତି। ଏହା ସହ ଫାର୍ମ ହାଉସ୍ ମାଲିକ କୁବେର ରାଜ୍ , ଜେସିବି ଡ୍ରାଇଭର ସୁଧୀର ଭୂତିଆ ଓ ଫାର୍ମ ଜଗୁଆଳି ରାଜୀବ ଚୌଧୁରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.