ରାଉରକେଲା : ବାଇକ୍ କୁ ଧକ୍କା ଦେଲା ହାଇବା। ଘଟଣା ସ୍ଥଳରେ ତିନି ସାଙ୍ଗଙ୍କ ମୃତ୍ୟୁ।। ୫୨୦ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା।

0 639

ରାଉରକେଲା : ୨୧/୭(ସତ୍ୟାନ୍ୟୁଜ) ଫୁଟବଲ ଖେଳି ବାଇକ ଯୋଗେ ଘରକୁ ଫେରୁଥିଲେ ତିନି ଯୁବକ। ହେଲେ ଘରେ ପହଁଚିବାର କେହି ମୁହୁର୍ତ୍ତ ପୂର୍ବରୁ ହାଇବା ଗାଡି ଧକ୍କାରେ ଚାଲିଗଲା ତିନି ସାଙ୍ଗଙ୍କ ଜୀବନ। ଏପରି ଦୁଃଖଦ ଘଟଣା କୋଇଡା ଥାନା କାଲଟା ଫାଣ୍ଡି ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବେଞ୍ଜାଢ଼ି ବ୍ରିଜ ନିକଟରେ ଘଟିଛି । ତୋଡା ବସ୍ତିର ତିନି ସାଙ୍ଗ ଫୁଟବଲ ଖେଳି ସାରି ଗୋଟିଏ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସି ଏକ ହାଇବା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ୫୨୦ ନମ୍ବର ଜାତୀୟ ରାଜପଥ ରେ ଏବେ ଦୁର୍ଘଟଣା ରେ ବହୁ ଜୀବନ ହାନି ଘଟୁଛି। ୧୫ ଦିନ ପୂର୍ବରୁ କୋଇଡା ଥାନା ଅଞ୍ଚଳରେ ଏକ ହାଇବା ଗାଡି ସ୍କର୍ପିଓ କୁ ଧକ୍କା ଦେବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଯାନ ବାହନ ର ବେଗ ନିୟନ୍ତ୍ରଣ ଏବଂ ହାଇୱେ ପେଟ୍ରୋଲିଂ ନିୟମିତ ଭାବେ କରିବାକୁ ଦାବି ହେଉଛି।

Leave A Reply

Your email address will not be published.