ରାଉରକେଲା : ସହରର ଦୁଇଟି ସ୍ଥାନରେ ବନବଭାଗ ପକ୍ଷରୁ ଖୋଲା ଗଲା ଚାରା ବିତରଣ କେନ୍ଦ୍ର।। ଏକ ମାସ ଧରି ଖୋଲା ରହିବ ଏହି କେନ୍ଦ୍ର।
ରାଉରକେଲା : ୩/୭ (ସତ୍ୟାନ୍ୟୁଜ) ରାଉରକେଲା ବନଖଣ୍ଡ ପକ୍ଷରୁ ୨ଟି ସ୍ଥାନରେ ଆଜି ଚାରା ବିତରଣ କେନ୍ଦ୍ର ର ଶୁଭାରମ୍ଭ କରାଯାଇଛି l ସ୍ଥାନୀୟ ଡି.ଏ.ଭି ଛକ ଠାରେ ଖୋଲିଥିବା କେନ୍ଦ୍ରକୁ ଆର.ସି.ସି.ଏଫ
ପି. ରାମସାମୀ ଉଦଘାଟନ କରିଥିଲେ l ସେହିପରି ବିଶ୍ରା ଛକ ଠାରେ ଖୋଲାଯାଇଥିବା କେନ୍ଦ୍ରକୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଉଦଘାଟନ କରିଥିଲେ l ଏହି ଅବସରରେ ରାଉରକେଲା ଡି.ଏଫ.ଓ ଯଶବନ୍ତ ସେଠି, ଏ.ସି.ଏଫ ସୌମ୍ୟରଞ୍ଜନ ଗୋଛାୟତ, ପାନପୋଷ ରେଞ୍ଜ ଅଫିସର ଜ୍ଞାନେନ୍ଦ୍ର କୁମାର ଲିମା, ଫୋରେଷ୍ଟର ପ୍ରଦୀପ ସାହୁ ଓ ରିତାଞ୍ଜଳୀ ଶତପଥି, ଫରେଷ୍ଟ ଗାର୍ଡ ଅଲିୟଳ ବେହେରା,
ସଂଘମିତ୍ରା ମହନ୍ତ,ଯଶୋଦା ମହନ୍ତ,ରଜତ କୁମାର ମହାନ୍ତି
ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ଉଭୟ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଆସନ୍ତା ମାସକ ପାଇଁ ଖୋଲା ରହିବ l ଆଗ୍ରହୀ ସହରବାସୀ ଏହି କେନ୍ଦ୍ର ରୁ ନିଜ ଆଧାର କାର୍ଡ କପି ଦାଖଲ କରି ଆବଶ୍ୟକ ଚାରା ନେଇପାରିବେ l ବ୍ୟାପକ ବୃକ୍ଷ ରୋପଣ ଯୋଜନା କୁ ସଫଳ କରିବା ପାଇଁ ଡି.ଏଫ.ଓ ଶ୍ରୀ ସେଠି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l