ବଣାଇ : ପୁଣି ଫେରିଲା ଦନ୍ତା।। ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ।। ବନ ବିଭାଗର ହାତୀ ଘଉଡ଼ାଇବାକୁ ଉଦ୍ୟମ।

0 294

ବଣାଇ : ୩/୭ (ସତ୍ୟାନ୍ୟୁଜ) କିଛିଦିନ ବ୍ୟବଧାନ ପରେ ବଣାଇ ଅଞ୍ଚଳକୁ ପୁଣି ଫରିଛି ଦନ୍ତା ହାତୀ। ପୂର୍ବରୁ ଏହି ଦନ୍ତା ବହୁ ଧନ ଜୀବନ ନଷ୍ଟ କରିଥିବାରୁ ଏବେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖାଦ୍ୟ ଅନ୍ୱେଷଣରେ ହାତୀ ଗାଁ ଅଭିମୁଖୀ ହୋଇଥିବା ଅନୁମାନ କରାଯାଉଛି।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ସେକ୍ସନର ତଳିତା ଗ୍ରାମ ନିକଟରେ ସକାଳୁ ଘର ପାଖରେ ଏକ ଦନ୍ତା କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡି ଥିଲେ। ଲୋକ ମାନେ ଯିଏ ଯୁଆଡେ ଦୌଡ଼ି ପଳାଇ ଥିଲେ। ଏବେ ଦନ୍ତା ହାତୀଟି ଧରଣୀଧର ପାଲି ଅଞ୍ଚଳରେ ରହିଛି। ଏବେ ଚାଷ କାମ ଆରମ୍ଭ ହୋଇ ଯାଇ ଥିବା ବେଳେ ହାତୀ କୁ ଦେଖି ଚାଷୀ ମାନେ କ୍ଷେତ କୁ ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରୀ ରହିଛି।ଅନ୍ୟ ପକ୍ଷରେ ଦୀର୍ଘ ଦୀନ ଧରି ଦୁଇଟି ହାତୀ ଏହି ଅଞ୍ଚଳରେ ଘର ଦ୍ୱାର ଭାଙ୍ଗି ସହ ଫସଲ ନଷ୍ଟ କରିଥିଲେ। ପୁଣି ଗୋଟିଏ ଦନ୍ତା ହାତୀ ଫେରି ଆସିବା ନେଇ ଗ୍ରାମବାସୀ ଚିନ୍ତାରେ ଅଛନ୍ତି।

Leave A Reply

Your email address will not be published.