ରାଉରକେଲା : ରାଜ୍ୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଆରମ୍ଭ।। ୧୬ ଟି ଜିଲ୍ଲାରୁ ୩୧୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ।

0 29

ରାଉରକେଲା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଜୁନିୟର ଓ ସିନିୟର ବର୍ଗର ଏଲିମିନେସନ୍ ରାଉଣ୍ଡ ସମ୍ପନ୍ନ

ରାଉରକେଲା:୧୪/୯:
(ସତ୍ୟାନ୍ୟୁଜ) ରାଉରକେଲା ବିଶ୍ରା ଛକ ସ୍ଥିତ ବିର୍ସା ମୁଣ୍ଡା ଅଥଲେଟିକ ଷ୍ଟାଡିଅମ ଠାରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଗତକାଲି (ସେପ୍ଟେମ୍ବର ୧୪ ତାରିଖ) ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ମହିଳା ଓ ପୁରୁଷ (ଜୁନିୟର ଏବଂ ସିନିୟର) ଉଭୟ ବର୍ଗର ଇଣ୍ଡିଆନ୍, ରିକର୍ଭ ଏବଂ କମ୍ପାଉଣ୍ଡ ବିଭାଗର ଏଲିମିନେସନ୍ ରାଉଣ୍ଡ ପ୍ରତିଯୋଗିତାଗୁଡ଼ିକ ସମ୍ପନ୍ନ ହୋଇଛି।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୬ଟି ଜିଲ୍ଲାରୁ ମୋଟ ୩୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଜୁନିଅର ବର୍ଗରେ ୯୧ ଜଣ ଇଣ୍ଡିଆନ୍ ରାଉଣ୍ଡ, ୩୬ ଜଣ ରିକର୍ଭ ରାଉଣ୍ଡ ଏବଂ ୨୧ ଜଣ କମ୍ପାଉଣ୍ଡ ରାଉଣ୍ଡରେ ଭାଗ ନେଇଛନ୍ତି। ସେହିପରି ସିନିଅର ବର୍ଗରେ ୯୦ ଜଣ ଇଣ୍ଡିଆନ୍ ରାଉଣ୍ଡ, ୪୬ ଜଣ ରିକର୍ଭ ରାଉଣ୍ଡ ଏବଂ ୩୧ ଜଣ କମ୍ପାଉଣ୍ଡ ରାଉଣ୍ଡରେ ଅଂଶଗ୍ରହଣ କରିଛନ୍ତି।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ତୀରନ୍ଦାଜମାନେ ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି। ଆଜିର ଏହି ପର୍ଯ୍ୟାୟରୁ ମନୋନୀତ ଖେଳାଳିମାନେ ଆସନ୍ତାକାଲି ଚୂଡ଼ାନ୍ତ ପର୍ଯ୍ୟାୟ (ଫାଇନାଲ୍ ମ୍ୟାଚ୍) ଖେଳିବେ ଏବଂ ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମଧ୍ୟ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ।

Leave A Reply

Your email address will not be published.