ରାଜଗାଙ୍ଗପୁର : ବାଇକ୍ ସହ ନାଳରେ ଭାସି ଯାଇ ପୂର୍ବତନ ଯବାନ ନିଖୋଜ।। ବାଇକ୍ ଉଦ୍ଧାର।। ଯବାନଙ୍କୁ ଖୋଜା ଚାଲିଛି।

0 9

ପାଣି ସୁଅରେ ଭାସି ପୂର୍ବତନ ଆର୍ମି ଯବାନ ନିଖୋଜ। ଉଦ୍ଧାର କାର୍ଯ୍ୟ ଜାରି।
ରାଜଗାଙ୍ଗପୁର, ୧୬/୮:
(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ନକଟି ନାଳର ପ୍ରଖର ଜଳସ୍ରୋତରେ ବାଇକ ସହ ଭାସିଯାଇ ୪୬ ବର୍ଷୀୟ ପୂର୍ବତନ ଆର୍ମି ଯବାନ ସୁନୀଲ ଟିଗ୍ଗା ନିଖୋଜ ହୋଇ ଯାଇଛନ୍ତି। ଘଟଣାଟି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର କେଶ୍ରାମାଲ୍ ପୋଲ ନିକଟରେ ଘଟିଛି।
ସୂଚନା ଅନୁସାରେ, ଗାରିଆମାଲ ଗ୍ରାମର ବାସିନ୍ଦା ସୁନୀଲ ଟିଗ୍ଗା ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ନିଜ ବାଇକରେ ଯାଉଥିବା ବେଳେ କେଶ୍ରାମାଲ୍ ପୋଲ ନିକଟରେ ନକଟିନାଳର ପ୍ରଖର ସ୍ରୋତରେ ବାଇକ ସହ ଭାସି ଯାଇଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ତେବେ ଅନ୍ଧାର ଯୋଗୁଁ ଗତକାଲି ରାତିରେ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ ବିଭାଗର ଟିମ୍ ନାଳରେ ବ୍ୟାପକ ଖୋଜାଖୋଜି ଜାରି ରଖିଛି।
ଏପଟେ ନିଖୋଜ ଯବାନଙ୍କ ବାଇକ କୁ ଗ୍ରାମବାସୀ ନକଟି ନାଳରୁ ଉଦ୍ଧାର କରିଛନ୍ତି।
ଘଟଣାସ୍ଥଳରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍. ରାଜନ ଏକ୍କା, କେଶ୍ରାମାଲ ସରପଞ୍ଚ ବିନୟ ଭୂଷଣ ବାର୍ଲା ଙ୍କ ସମେତ ପୁଲିସ ପ୍ରଶାସନ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

Leave A Reply

Your email address will not be published.