ଅନୁଗୁଳ : ବିଜୁଳି ବିଭ୍ରାଟ ଯୋଗୁଁ ମଝି ରାସ୍ତାରେ ପଡ଼ି ରହିଲା ଧାନବାଦ – ଭୁବନେଶ୍ୱର ଗରିବ ରଥ ଟ୍ରେନ୍।। ୩ ଘଣ୍ଟା ବିଳମ୍ବରେ ଅନୁଗୁଳ ନିକଟରୁ ଛାଡ଼ିଲା ଗାଡ଼ି।

0 455

ବିଜୁଳି ବିଭ୍ରାଟ କୁ ନେଇ ମଝି ରାସ୍ତାରେ ପଡ଼ିରହିଲା ଗରିବ ରଥ ଟ୍ରେନ୍।
ତିନି ଘଣ୍ଟା ଟ୍ରନ ପଡ଼ି ରହି ଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଲେ।

ଅନୁଗୁଳ : ୨୦/୮(ସତ୍ୟାନ୍ୟୁଜ) ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ପନ୍ଦର ଭରଣୀଆ ରେଲୱେ ଗେଟ୍ ନିକଟରେ ୩ ଘଣ୍ଟା ପଡ଼ି ରହିଥିଲା ଗରିବ ରଥ ଏକ୍ସପ୍ରେସ। ବିଜୁଳି ବିଭ୍ରାଟ ଯୋଗୁଁ ତିନିଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ପଡି ରହିଥିଲା ଏହି ଗାଡି। ସୂଚନା ଅନୁଯାୟୀ ଧନବାଦ ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ଗରିବ ରଥ ଏକ୍ସପ୍ରେସ ଆଜି ସକାଳ ପ୍ରାୟ ୬.୪୫ ଘଟିକା ସମୟରେ ବୁଢ଼ାପଙ୍କ ରେଳ ଷ୍ଟେସନ ଅତିକ୍ରମ କରିବାର ଥିଲା। ହେଲେ ପନ୍ଦର ଭରଣୀଆ ଗ୍ରାମ ରେଲୱେ କ୍ରସିଂ ଗେଟ୍ ନିକଟରେ ରେଳ ଚଳାଚଳ ପାଇଁ ଥିବା ଓଭର ହେଡ୍ ଏରେକ୍ସନ ବିଜୁଳି ତାର ଛିଣ୍ଡି ଯାଇ ଥିବାରୁ ଟ୍ରେନ୍ ଠିଆ ହୋଇ ରହିଥିଲା। ଯାହାଦ୍ୱାରା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଯେଉଁ ଯାତ୍ରୀ ମାନେ ଭୁବନେଶ୍ବର ରୁ ବିମାନ ଯାତ୍ରା କରିବାର ଥିଲା ସେମାନେ ବଅଁରପାଳ ଅଞ୍ଚଳରୁ ଟ୍ୟାକ୍ସି ମାଧ୍ୟମରେ ଯାଉଥିବା ଦେଖିବାକୁ ମିଳି ଥିଲା।

Leave A Reply

Your email address will not be published.