ବଣାଇ : ଘର ଭିତରୁ ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର।। ସନ୍ଦେହରେ ଜଣେ ମହିଳା ଅଟକ।

0 268

ବଣାଇ : ୨୯/୭(ସତ୍ୟାନ୍ୟୁଜ) ବଣାଇ ଥାନାର କଂସର ଗ୍ରାମରେ ଘର ଭିତରୁ ଜଣେ ଯୁବକଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରା ଯାଇଛି। ମୃତ ରଣଜିତ୍ କିସାନ ଘରେ ଥିବା ବେଳେ ପରିବାର ଲୋକ ଚାଷ ଜମି ଆଡେ ଯାଇ ଥିଲେ। ପରେ କିଛି ଲୋକ ରଂଜିତ କୁ ଡାକିବାକୁ ଆସି ଥିଲେ। ତେବେ ରଣଜିତ୍ ତଳେ ପଡି ଥିବା ଦେଖିବାକୁ ପାଇଥିଲେ। ତାଙ୍କ କାନ ରୁ ରକ୍ତ ବାହାରୁ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟ ରେ ରଣଜିତ୍ ଙ୍କୁ ବଣାଇ ଡାକ୍ତରଖାନାକୁ ଅଣା ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଥାନାରେ ଏ ବାବଦରେ ଅଭିଯୋଗ ହେବା ପରେ ପୋଲିସ ଜଣେ ସମ୍ପର୍କୀୟ ମହିଳାଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.