ସୁନ୍ଦରଗଡ଼ : କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳନ।। ଗୀତ ଗୋବିନ୍ଦର ସ୍ରଷ୍ଟା କବି ଜୟଦେବ।

0 159

ଜିଲ୍ଳା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅନୁଷ୍ଠିତ

ସୁନ୍ଦରଗଡ଼:୩୦/୦୪(ସତ୍ୟାନ୍ୟୁଜ) ସ୍ଥାନୀୟ ସଂସ୍କୃତି ଭବନ ପରିସର ଠାରେ ଆଜି ଗୀତ ଗୋବିନ୍ଦ ର ସ୍ରଷ୍ଟା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ କାର୍ଯ୍ୟକ୍ରମରେ ସରକାରୀ ମହାବିଦ୍ୟାଳୟର ସହାୟକ ପ୍ରଫେସର ଶ୍ରୀ ନୂତନ ଖମାରୀ ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ ମହାକବି ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ତାଙ୍କର ଲେଖନୀ ଉପରେ ଆଲୋକପାତ କରିଥିଲେ। କବି ଶ୍ରୀ ଜୟଦେବଙ୍କ ସ୍ୱତନ୍ତ୍ରତା ରହିଛି। ସେ ହେଉଛନ୍ତି ଗୀତ ଗୋବିନ୍ଦର ସ୍ରଷ୍ଟା। ତାଙ୍କର ବିଷୟରେ ଜ୍ଞାନ ଅହୋରଣ କରିବା ସହିତ ତାଙ୍କର ଲେଖା ଗୁଡିକ ସହିତ ଜଡିତ ହେବାକୁ ନିଜ ବକ୍ତବ୍ୟ ରେ କହିଥିଲେ। ସେହିପରି ବକ୍ତା ଶ୍ରୀ ଖମାରୀ କବି ଶ୍ରୀ ଜୟଦେବ ଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ ତାଙ୍କର ଲେଖା ଉପରେ ନିଜର ବକ୍ତବ୍ୟ ରଖିଥିଲେ। କବିଙ୍କର ଲେଖା ଗୁଡିକ ସଂସ୍କୃତ ରେ ଲେଖା ହୋଇଥିଲେ ମଧ୍ୟ ତାଙ୍କର ଲେଖା ଗୁଡିକ ଅନେକ ଭାରତୀୟ ଭାଷା ରେ ମଧ୍ୟ ଅନୁବାଦ ହୋଇଛି। ଏହା ଦ୍ଵାରା ତାଙ୍କର ମହାନ୍ ଲେଖନୀ ଗୁଡାକ କେବଳ ଓଡ଼ିଶା ରେ ସୀମିତ ନ ରହି ସମଗ୍ର ବିଶ୍ଵ ବିଦିତ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ବରିଷ୍ଠ କବୀୟତ୍ରି ଶ୍ରୀମତୀ ସୁଷମା ପଟେଲ କବି ଶ୍ରୀ ଜୟଦେବ ଙ୍କ ଉପରେ ଆଲୋଚନା କରିବା ସହିତ ତାଙ୍କ ଉପରେ କବିତା ପାଠ କରିଥିଲେ ଏବଂ ଅକ୍ଷୟ ତୃତୀୟା ଉପରେ ମଧ୍ୟ କବିତା ପାଠ କରିଥିଲେ।

ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସରକାରୀ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ସୁବାସ ବେହେରା, ମିନାକ୍ଷୀ ପ୍ରଧାନ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ଶ୍ରୀ ଗଣେଶ ତ୍ରିପାଠୀ ପରିଚାଳନା କରିବା ସହିତ କବି ଶ୍ରୀ ଜୟଦେବ ଙ୍କ କାବ୍ୟ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.