ବେଆଇନ ମଦ ପ୍ରସ୍ତୁତ ଲାଗି ଗଛିତ ଥିବା ବହୁ ପରିମାଣର ମହୁଲ ଜବତ।। ଲହୁଣୀପଡା ଥାନା ଅଞ୍ଚଳ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ।
ବେଆଇନ ମଦ ପ୍ରସ୍ତୁତ ଲାଗି ଗଛିତ ଥିବା ବହୁ ପରିମାଣର ମହୁଲ ଏବଂ ମଦ ପ୍ରସ୍ତୁତି ସାମଗ୍ରୀ ଅବକାରୀ ବିଭାଗ ଜବତ କରିଛି ।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳ ର ରଙ୍ଗା ମାଟିଆ, କରଡାକୁଦ ଜଙ୍ଗଲ ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ 2000 କ୍ୟୁଣ୍ଟାଲ ମହୁଲ ଜବତ କରାଯାଇଛି । ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଗାତ ଖୋଳି ଏହି ମହୁଲକୁ ମଦ ପ୍ରସ୍ତୁତି ଲାଗି ପୋତି ରଖାଯାଇଥିଲା। ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନେ ଜଙ୍ଗଲ ର ଚଢ଼ାଉ କରଥିଲେ । ପୋତା ଯାଇ ଥିବା ମହୁଲ କୁ ବାହାର କରି ନଷ୍ଟ କରିଦେବା ସହ ମଦ ପ୍ରସ୍ତୁତ ଲାଗି ରଖାଯାଇଥିବା ସରଞ୍ଜାମ କୁ ଜବତ କରାଯାଇଛି । ଅବକାରୀ ବିଭାଗ ଅଧିକାରୀ ଆସୁଥିବା ଖବର ପାଇ ମଦ ମାଫିଆ ମାନେ ଫେରାର ହୋଇଯାଇଥିଲେ ।

