ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ ଏଡ଼ମିଶନ ମାଧ୍ୟମରେ ଠକେଇ।। ୨୩ ଛାତ୍ରଛାତ୍ରୀ ଠକେଇର ଶିକାର।। ଠକେଇ ଅଭିଯୋଗରେ ଜଣେ ଅଟକ।

0 546

ପ୍ଲାସ ଥ୍ରୀ ଆର୍ଟସ ରେ ଏଡ଼ମିଶନ ନେବାପରେ ୟୁନିଫର୍ମ ପିନ୍ଧି ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚି ଥିଲେ ୪ ଜଣ ଛାତ୍ରୀ। ପ୍ରଥମ ଦିନ କଲେଜ ଥିବାରୁ ବେଶ ଖୁଶି ଥିଲେ । ମାତ୍ର ନେଇଥିବା ଏଡ଼ମିଶନ ଜାଲ ଥିବା ଜାଣିବା ପରେ ଭାଙ୍ଗି ପଡ଼ିଥିଲେ ଛାତ୍ରୀମାନେ। ସମସ୍ତ ଘଟଣାକ୍ରମ ଏହିପରି ।

ରାଉରକେଲା ସ୍ୱୟଂ ଶାସିତ ସରକାରୀ ମହାବିଦ୍ୟାଳୟ ରେ
ଆଡ଼ମିଶନ ନେଵା ଲାଗି ଛାତ୍ରଛାତ୍ରୀ ମାନଙ୍କର ଏକ ସ୍ୱପ୍ନ ଥାଏ। ଏହାର ସୁଯୋଗ ନେଇ କେତେକ ଚାଲାକ ଯୁବକ ଛାତ୍ରଛାତ୍ରୀ ମାନଙ୍କୁ
ଆଡ଼ମିଶନ କରାଇଦେବା ନାମରେ ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି । ଏପରି ଏକ ମାମଲା ଜଣା ପଡିବା ପରେ ଥାନାରେ ପହଁଚିଛି ମାମଲା। ଛାତ୍ରଛାତ୍ରୀ ମାନଙ୍କୁ ଜାଲ ଆଡ଼ମିଶନ କରାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ରଘୁନାଥପାଲି ଥାନା ପୋଲିସ ଜଣେ ନବାଳକକୁ ଅଟକ ରଖି ତଦନ୍ତ କରୁଛନ୍ତି। ଏପର୍ଯ୍ୟନ୍ତ ୨୩ ଜଣ ଛାତ୍ରଛାତ୍ରୀଙ୍କୁ ଜାଲ ଆଡ଼ମିଶନ କରାଇ ୧ ଲକ୍ଷ ୩୩ ହଜାର ଟଙ୍କା ଠକେଇ ହୋଇଥିବା ଜଣା ପଡ଼ିଛି। ଏହି ଜାଲ ଏଡ଼ମିଶନ ରାକେଟ ରେ ଅଟକ ନାବାଳକ ବ୍ୟତୀତ ଆହୁରି କିଛି ଯୁବକ ସାମିଲ ଥିବା ପୋଲିସ ତଦନ୍ତ ରୁ ଜାଣି ପାରିଛି। ରାଉରକେଲା ଶିଳ୍ପାଞ୍ଚଳ ରେ ରହୁଥିବା ଉକ୍ତ ଅଭିଯୁକ୍ତ ନାବାଳକ ଘରୁ ପୋଲିସ ଜାଲ ଆଡ଼ମିଶନ ସମ୍ବଧିୟ ବହୁ କାଗଜପତ୍ର ଜବତ କରିଛନ୍ତି । ଜାଲ ଏଡ଼ମିଶନ ନେଇଥିବା ଲାଠିକଟା ଅଞ୍ଚଳର ଚାରିଜଣ ଛାତ୍ରୀ କଲେଜ ଯିବା ପରେ ଆଜି ଉକ୍ତ ଠକ ଦେଇଥିବା ରୋଲ ନମ୍ବର କଲେଜ ରେ ନଥିବା ଜଣା ପଡିଥିଲା। ଏହି ଜାଲ ଏଡ଼ମିଶନ ବାବଦରେ କଲେଜ ଅଧ୍ୟକ୍ଷ ବିଜୟ କୁମାର ବେହେରା ଅବଗତ ହେବା ପରେ ରଘୁନାଥପାଲି ଥାନାରେ ଏତେଲା ଦେଇଥିଲେ । ଏ ବାବଦରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.