ରାଉରକେଲା: ବିଶ୍ୱ ପଖାଳ ଦିବସ ରାଉରକେଲାରେ ପାଳନ।। ଯୋଗଦେଲେ ମନ୍ତ୍ରୀ, ବିଧାୟକ , ଜିଲ୍ଲାପାଳ , ଏସପି।

0 79

ପାଳିତ ହେଲା ପୋଖାଳ ଦିବସ

ରାଉରକେଲା : ୨୦/୩(ସତ୍ୟା ନ୍ୟୁଜ): ୨୦୧୧ ରୁ ବିଶ୍ବରେ ୨୦ ମାର୍ଚ୍ଚକୁ ବିଶ୍ବ ପୋଖାଳ ଦିବସ ଭାବରେ ମୁଖ୍ୟତ ଓଡିଆ ମାନେ ବିଭିନ୍ନ ଢଗରେ ପାଳନ କରି ଗ୍ରୀଷ୍ମ କୁ ସ୍ବାଗତ କରିଆସୁଛନ୍ତିl
ଆଜି ଏହି ଅବସରରେ ରାଉରକେଲାର ପାନ୍ଥ ନିବାସ ରେ ବିଶ୍ବ ପୋଖାଳ ଦିବସ ପାଳିତ ହୋଇଯାଇଛି l  ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସରେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ , ରଘୁନାଥପାଲ୍ଲୀ ବିଧାୟକଶ୍ରୀ ଦୁର୍ଗା ଚରଣ ତନ୍ତୀ ,  ବାଣିଜ୍ୟ ଓ ପରବହନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଏନ ବି.ଏସ ରାଜପୁତ, ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର, ଡିଆଇଜି ଶ୍ରୀ ବ୍ରିଜେଶ ରାୟ , ଡିଆଇସି ରାଉରକେଲା ଇସ୍ପାତ କାରଖାନା ଆଲୋକ ବର୍ମା, ଏସପି ରାଉରକେଲା ଶ୍ରୀ  ନିତେଶ ଓ୍ବାଧଓ୍ବାନୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ଉପଜିଲ୍ଲାପାଳ ପାନପୋଷ ଶ୍ରୀ ବିଜୟ କୁମାର ନାୟକ, ସୁନ୍ଦରଗଡ ସଦର ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପୋଖାଳ ର ମଜା ନେଇଥିଲେ l କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମ ପୋଖାଳ  ଦିବସ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ l ଏହି ଅବସରରେ ଆଭାସୀ ମାଧ୍ୟମରେ ଭୁବନେଶ୍ବରରେ ମୁଖ୍ୟ ମନ୍ତ୍ରୀଙ୍କ ବିଶ୍ବ ପୋଖାଳ ଦିବସ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା l  ପୋଖାଳ ଦିବସ ପାଇଁ ବିଶେଷ କରି ପୋଖାଳ ଭାତ ସହିତ ଆଳୁ ବାଇଗଣ ଭରତା, ଶାଗଭଜା, କଖ।ରୁ ଫୁଲ ପିଠଉ ,ମାଛ ଫ୍ରାଏ ପରି ୨୫ପ୍ରକାରର ତରକାରୀ ଅତିଥି ମାନଙ୍କୁ ପରସା ଯାଇଥିଲା l ଏହାକୁ ଅତିଥି ମାନେ ଉପଭୋଗ କରିଥିଲେ ବୋଲି
ସହାୟକ ନିର୍ଦେଶକ ପର୍ଯ୍ୟଟନ ବିଭାଗ ନିରଂଜନ ମହାପାତ୍ର କହିଛନ୍ତି l

Leave A Reply

Your email address will not be published.