ରାଉରକେଲା: ଗଣେଶ ପୂଜା ପାଇଁ ପ୍ଲାଣ୍ଟ ସାଇଟ୍ ଥାନାରେ ପ୍ରସ୍ତୁତି ବୈଠକ।। ଶାନ୍ତି ଶୃଙ୍ଖଳା ସହ ଗଣେଶ ପୂଜା ମହୋତ୍ସବ ପାଳନ ପାଇଁ ନିବେଦନ।
ରାଉରକେଲା:୩୦/୮
(ସତ୍ୟାନ୍ୟୁଜ) ଆସନ୍ତା ସେପ୍ଟେମ୍ୱର ୧୪ ହେବାକୁ ଥିବା ଗଣେଶ ପୂଜା ପାଇଁ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜୋନାଲ ଡିଏସପି ଯତୀନ୍ଦ୍ର ନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ଗଣେଶ ପୂଜା କମିଟି ର ସଦସ୍ୟ ମାନେ ଯୋଗ ଦେଇ ସେମାନଙ୍କ ପୂଜା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ପ୍ଲାଣ୍ଟ ସାଇଟ୍ ଥାନା ଇନ୍ସପେକ୍ଟର ବିବତ୍ସ ପ୍ରଧାନ ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ କରିବାକୁ ନିବେଦନ କରିଥିଲେ। ଗତବର୍ଷ ୪୬ ଟି ପୂଜା କମିଟି ପକ୍ଷରୁ ଗଣେଶ ପୂଜା ହୋଇଥିବା ବେଳେ ଚଳିତ ବର୍ଷ ୫୦ ଟି ପୂଜା କମିଟି ପକ୍ଷରୁ ଗଣେଶ ମହୋତ୍ସବ ପାଳନ ନେଇ ସୂଚନା ମିଳିଛି।