ରାଉରକେଲା : ପ୍ରକାଶ ପାସୱାନ ୨ ଦିନ ପୋଲିସ୍ ରିମାଣ୍ଡ ରେ।। ସର୍କିଟ ହାଉସ୍ କେଶ୍ ରେ ଆଉ ଦୁଇ ଗିରଫ।। ଗିରଫ ସଂଖ୍ୟା ୧୨ କୁ ବୃଦ୍ଧି

0 99

ରାଉରକେଲା : ୨୮/୮
(ସତ୍ୟାନ୍ୟୁଜ) ବହୁ ଚର୍ଚ୍ଚିତ ରାଉରକେଲା ସର୍କିଟ ହାଉସ୍ ପ୍ରକରଣରେ ଗତକାଲି ଗିରଫ ହୋଇଥିବା ନିଲମ୍ବିତ ବିଜେପି ନେତା ପ୍ରକାଶ ପାସୱାନ ଙ୍କୁ ପୋଲିସ୍ ଦୁଇ ଦିନିଆ ରିମାଣ୍ଡ ରେ ଆଣିବ । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଅଧିକ ପଚରାଉଚୁରା ପାଇଁ ପୋଲିସ୍ ୪ ଦିନ ରିମାଣ୍ଡ ପାଇଁ କୋର୍ଟ ରେ ଆବେଦନ କରିଥିବା ବେଳେ ଦୁଇ ଦିନ ରିମାଣ୍ଡ ମିଳିଛି। ଅନ୍ୟପକ୍ଷରେ ଅଗଷ୍ଟ ୧୪ ତାରିଖରେ ସର୍କିଟ ହାଉସ୍ ରୁ ବନ୍ଧୁକ , ଗୁଳି ଜବତ ଏବଂ ପେଶାଦାର ଅପରାଧୀ ଗିରଫ ଘଟଣା ପରେ ବହୁ ତଥ୍ୟ ସାମ୍ନାକୁ ଆସୁଛି। ପ୍ରକାଶଙ୍କ ଗିରଫ ପରେ ରାଉରକେଲା ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଙ୍କ ମଧ୍ୟରେ ବିଜେପି ମଣ୍ଡଳ କର୍ମକର୍ତ୍ତା ଜନ ନାୟକ ଏବଂ ଅମିତ୍ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ସର୍କିଟ ହାଉସ୍ ମାମଲାରେ ଗିରଫ ସଂଖ୍ୟା ୧୨ ରେ ପହଞ୍ଚିଛି। ଆଗକୁ ଆହୁରି ମଧ୍ୟ ଗିରଫଦାରି ହେବା ନେଇ ସୂଚନା ମିଳୁଛି।
ସର୍କିଟ ହାଉସ୍ ପ୍ରକରଣରେ ଗିରଫ ଙ୍କ ସଂଖ୍ୟା ବଢ଼ି ଚାଲି ଥିବା ବେଳେ କିଛି ସରକାରୀ କର୍ମଚାରୀ ମଧ୍ୟ ତଦନ୍ତ ପରିସରକୁ ଆସିଥିବା ସୂଚନା ମିଳିଛି। ସେମାନଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର ଆଇନଗତ କାର୍ଯ୍ୟନୁଷ୍ଠାନ ନିଆ ଯାଇ ପାରେ। ଏହା ସହ ସର୍କିଟ ହାଉସ୍ ର ଦାୟିତ୍ୱରେ ଥିବା କିଛି କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ନେଇ ତର୍ଜମା ଚାଲିଛି।

Leave A Reply

Your email address will not be published.