ରାଉରକେଲା : ଆର ଟି ଓ କାର୍ଯ୍ୟାଳୟର ୨ ଠିକା କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ।। ୨୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ।

0 160

ରାଉରକେଲା RTOର ଦୁଇ କର୍ମଚାରୀ ଭିଜିଲାନ୍ସ ଜାଲରେ, ₹୨୬ ହଜାର ଲାଞ୍ଚ ନେବାବେଳେ ଗିରଫ ।
ରାଉରକେଲା, ୫ ଅଗଷ୍ଟ:
(ସତ୍ୟାନ୍ୟୁଜ) ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଦୁଇ ଜଣ କର୍ମଚାରୀଙ୍କୁ ୨୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ନିରଞ୍ଜନ ଷଣ୍ଢ , ଏବଂ ଆଇ ଟି ବିଭାଗର ଧର୍ମେନ୍ଦ୍ର କୁମାର ବେହେରା, ଉଭୟେ ରାଉରକେଲା RTO କାର୍ଯ୍ୟାଳୟରେ ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ବ୍ୟାଙ୍କ ପକ୍ଷରୁ ନିଲାମରେ ବିକ୍ରି ହୋଇଥିବା ଦୁଇଟି ଟ୍ରକ୍ କିଣିଥିଲେ। ଏହାର ଫ୍ରେଶ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପାଇଁ ଆବେଦନ କରିଥିଲେ। କିନ୍ତୁ ଆବେଦନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ପ୍ରତି ଟ୍ରକ୍ ପିଛା ୧୩ ହଜାର ଟଙ୍କା ଲେଖାଏଁ ମୋଟ ୨୬ ହଜାର ଟଙ୍କା ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ବୁଧବାର ଏକ ଟ୍ରାପ୍ ଅପରେସନ୍ କରି RTO କାର୍ଯ୍ୟାଳୟ ଭିତରେ ଉଭୟଙ୍କୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା। ଘଟଣାସ୍ଥଳରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ପରେ ଭିଜିଲାନ୍ସ ପକ୍ଷରୁ ନିରଞ୍ଜନ ଷଣ୍ଢଙ୍କ ମଧୁସୂଦନପାଲି ରେଳୱେ କଲୋନୀସ୍ଥିତ ଘର, ଧର୍ମେନ୍ଦ୍ର ବେହେରାଙ୍କ ଉଦିତନଗରସ୍ଥିତ ଘର ଏବଂ ସେମାନଙ୍କ କାର୍ଯ୍ୟାଳୟ କକ୍ଷରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଉଭୟଙ୍କୁ ଗିରଫ କରାଯାଇ ଅଦାଲତରେ ହାଜର କରାଯିବ। ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା-୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.