ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିରସା ମୁଣ୍ଡାଙ୍କ ୧୪୬ ତମ ଜୟନ୍ତୀ ରାଉରକେଲାରେ ଉତ୍ସାହ ର ମନା ଯାଇଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ବିଶ୍ରା ଛକରେ ଥିବା ବିରସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ
। ବିରସା ମୁଣ୍ଡା ଷ୍ଟେଚୁ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦେଶକ ଏ କେ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିର୍ବାହୀ ନିର୍ଦେଶକ ପି କେ ଶତପଥୀ , ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର , ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆଜି ଦିନକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାରୁ ବିରସା ମୁଣ୍ଡା ଷ୍ଟେଚୁ କମିଟି ଅଧ୍ୟକ୍ଷ ବିଜୟ ଟପ୍ପୋ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଛଡା ରାଉରକେଲା ରେ ନିର୍ମାଣଧୀନ ଦେଶର ସର୍ବବୃହତ ହକି ଷ୍ଟାଡିଅମ କୁ ବିରସା ମୁଣ୍ଡାଙ୍କ ନାମରେ ନାମିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

