ସୁନ୍ଦରଗଡ଼ : ମିଶନ ରୋଡ ଗୁଳି କାଣ୍ଡ ଘଟଣାରେ ୩ ଗିରଫ।। ପିସ୍ତଲ୍, ଗୁଳି , କାର , ବାଇକ୍ ଜବତ।

0 56

ସୁନ୍ଦରଗଡ଼:୨୧/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ର ବିଶିଷ୍ଟ ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ଏବଂ ତାଙ୍କ ଘର କୁ ଟାର୍ଗେଟ କରି ଗୁଳି ଚଳାଇବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ କ୍ରାଇମ୍ ରେ ବ୍ୟବହୃତ ପିସ୍ତଲ୍ , ଗୁଳି , କାର , ବାଇକ୍ ଆଦି ଜବତ କରିଛନ୍ତି। ଗତ ୧୭ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ସଞ୍ଜୟ ନନ୍ଦଙ୍କ ଘର ନିକଟରେ ଏହି ଗୁଳି କାଣ୍ଡ ଘଟିଥିଲା।
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି ଙ୍କ ନିର୍ଦ୍ଦେଶ କ୍ରମେ ଅପରାଧୀଙ୍କୁ ଧରିବାକୁ ତିନୋଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଥିଲା। ପୋଲିସ୍ ତଦନ୍ତ କରି ମହମ୍ମଦ ରାହିଲ , ସଞ୍ଜୟ କୁମାର ପଟେଲ ଓ ଗୁଡ୍ଡୁ ଓରଫ ରାଧେଶ୍ୟାମ ଯାଦବ ଙ୍କୁ ଗିରଫ କରିଛନ୍ତି।
ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଥିବା ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ୍ କୌର କହିଛନ୍ତି ।

Leave A Reply

Your email address will not be published.