ରାଉରକେଲା:୨୮/୧୧
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ
ଚମ୍ପାଝରଣ ନିକଟରେ ଗତକାଲି ରାତିରେ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥ ରେ ବ୍ରେକ ଡାଉନ୍ ହୋଇ ଠିଆ ହୋଇ ଥିବା ଏକ ଟ୍ରକ କୁ ଅନ୍ୟ ଏକ ଟ୍ରକ ପଛ ପଟୁ ପିଟି ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର କେବିନ୍ ଭିତରେ ଚାପି ହୋଇ ରହି ଯାଇଥିଲେ। ସୂଚନା ପାଇ ଲହୁଣୀପଡା ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୪ ଘଣ୍ଟା ପରିଶ୍ରମ କରିବା ପରେ ଡ଼୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଡ୍ରାଇଭର ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ରାଉରକେଲା ଅଣା ଯାଇଛି। ଚାନ୍ଦିପୋଷ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଏବେ ସଡ଼କ ସୁରକ୍ଷା ସଚେତନତା ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେବେ କେତେକ ଡ୍ରାଇଭର ଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ବଢ଼ି ଚାଲିଛି