ରାଉରକେଲା:୨୪/୫(ସତ୍ୟାନ୍ୟୁଜ) କଥାରେ ଅଛି ଯାହାକୁ ରଖିବେ ଅନନ୍ତ , କି କରି ପାରେ ବଳବନ୍ତ।ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି ମା , ପୁଅ ଏବଂ ଡ୍ରାଇଭର ସହ ଜଣେ ବନ୍ଧୁ।
ଆଜି ଭୋରୁ
ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ କସଡା ନିକଟରେ ଘଟିଛି ଏହି କାର ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୧୦ ଟାରେ OD 33 – 9528 କାର ରେ ମାଁ ସରୋଜିନୀ ଦାସ ପୁଅ ଅମିତ ଦାସ ଡ୍ରାଇଭର ବିକ୍ରମ ରାଉତ , ବନ୍ଧୁ ନିରଞ୍ଜନ ବାରିକ ରାଉରକେଲା ଆସୁ ଥିଲେ । ମାଁ ସରୋଜିନୀ ଦାସ ରାଉରକେଲା ନିଜ ପୁଅ ନ୍ୟୁଜ – ୭ ର ସାମ୍ବାଦିକ ପୁଅ ଅଶୋକ ଦାସ ଙ୍କ ନିକଟକୁ ଆସିବା ସମୟରେ ଚାଳକ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର କୁ ଗାଡ଼ି ପିଟି ଦେଇଥିଲା । ଫଳରେ ଆଗ ଦୁଇ ଚକା ଫାଟି ଯାଇ କାର ଓଲୋଟି ପଡ଼ି ଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଚାରି ଜଣଙ୍କୁ ଉଦ୍ଧାର କରି ଥିଲେ। ଅନ୍ୟ ପକ୍ଷରେ ଦୁର୍ଘଟଣାରେ କାର ଥିବା ଚାରି ଜଣଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ବେଳେ କେହି ଆହତ ହୋଇ ନଥିବା ଜଣା ପଡ଼ିଛି।