ରାଉରକେଲା: ” ରାଇଡ୍ ଟୁଡେ , ଫିଟ୍ ଟୁମୋରୋ”।। ରାଉରକେଲା ପୋଲିସ ର ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ।

0 88

ରାଉରକେଲା:୨୪/୫(ସତ୍ୟାନ୍ୟୁଜ) ଏସପି ଭି ଚଳାଇଲେ ସାଇକେଲ ଏବଂ ଡିଆଇଜି ଭି ଚଳାଇଲେ ସାଇକେଲ। ତା ସଙ୍ଗେ ସଙ୍ଗେ ସମସ୍ତ ପୋଲିସ୍ କର୍ମଚାରୀ ଏବଂ ସାଧାରଣ ଲୋକ ମଧ୍ୟ ସାଇକେଲ ଚଳାଇଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଉରକେଲାରେ। ରବିବାର ସକାଳେ ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ନେତୃତ୍ୱରେ ” ସଣ୍ଡେ ଅନ୍ ସାଇକେଲ କ୍ୟାମ୍ପେନ୍ ” କାର୍ଯ୍ୟକ୍ରମରେ ସମସ୍ତେ ରାଜରାସ୍ତାରେ ସାଇକେଲ ଚଳାଇଥିଲେ। ଉଦ୍ଦେଶ୍ୟ ହେଲା ସାଇକେଲ ଚଳାଇ ବା ଶାରୀରିକ ବ୍ୟାୟାମ ମାଧ୍ୟମରେ ଫିଟ୍ ରହିବା। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
” ରାଇଡ୍ ଟୁଡେ , ଫିଟ୍ ଟୁମୋରୋ” ସ୍ଲୋଗାନ କୁ ସଫଳ କରିବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.